ଦିଲ୍ଲୀରେ ୧୦ ଘଣ୍ଟା ଧରି କ୍ଲବ୍‌ ଲିଫ୍ଟରେ ଫସିବା ପରେ ଉଦ୍ଧାର ହେଲେ ୧୦ ବ୍ୟକ୍ତି

ନୂଆଦିଲ୍ଲୀ : ଦିଲ୍ଲୀର ସାଉଥ୍‌ ଏକ୍ସଟେନସନ୍‌ ଅଞ୍ଚଳରେ ଗତକାଲି ରାତିରେ ୧୦ ଜଣ ବ୍ୟକ୍ତି ଏକ କ୍ଲବ୍‌କୁ ପାର୍ଟି ପାଇଁ ଯାଇଥିଲେ। ତେବେ ଘରକୁ ଫେରୁଥିବା ବେ‌ଳେ ସେମାନେ କ୍ଲବ୍‌ର ଲିଫ୍ଟରେ ଫସି ଯାଇଥିଲେ। ଅନେକ ଉଦ୍ୟମ ପରେ ବି ଲିଫ୍ଟ ଖୋଲିଲାନି। ପ୍ରାୟ ୧୦ ଘଣ୍ଟା ଧରି ସେମାନେ ଲିଫ୍ଟ ଭିତରେ ଫଶି ରହିଲେ। ଆଜି ସକାଳ ୬.୪୦ ସମୟରେ ଅଗ୍ନିଶମ ବିଭାଗକୁ ଏନେଇ ‌ଫୋନ୍‌ କରାଗଲା। ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର ଉଦ୍ୟମ ଆରମ୍ଭ […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀର ସାଉଥ୍‌ ଏକ୍ସଟେନସନ୍‌ ଅଞ୍ଚଳରେ ଗତକାଲି ରାତିରେ ୧୦ ଜଣ ବ୍ୟକ୍ତି ଏକ କ୍ଲବ୍‌କୁ ପାର୍ଟି ପାଇଁ ଯାଇଥିଲେ। ତେବେ ଘରକୁ ଫେରୁଥିବା ବେ‌ଳେ ସେମାନେ କ୍ଲବ୍‌ର ଲିଫ୍ଟରେ ଫସି ଯାଇଥିଲେ। ଅନେକ ଉଦ୍ୟମ ପରେ ବି ଲିଫ୍ଟ ଖୋଲିଲାନି। ପ୍ରାୟ ୧୦ ଘଣ୍ଟା ଧରି ସେମାନେ ଲିଫ୍ଟ ଭିତରେ ଫଶି ରହିଲେ। ଆଜି ସକାଳ ୬.୪୦ ସମୟରେ ଅଗ୍ନିଶମ ବିଭାଗକୁ ଏନେଇ ‌ଫୋନ୍‌ କରାଗଲା। ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର ଉଦ୍ୟମ ଆରମ୍ଭ ‌ହେଲା। ଉଦ୍ଧାରକାରୀ ଦଳ ଝରକା କାଚ ଭାଙ୍ଗି ଲୋକଙ୍କୁ ଉଦ୍ଧାର କଲେ। ତଦନ୍ତରୁ ଜଣାପଡ଼ିଛି ଯେ ବିଳମ୍ବିତ ରାତି ପର୍ଯ୍ୟନ୍ତ କ୍ଲବ୍‌ ଚାଲିଥିଲା। ତେବେ କ୍ଲବ୍‌ଟି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଳାଇବାପାଇଁ ଲାଇସେନ୍ସପ୍ରାପ୍ତ କି ନା’ ତାହା ଜଣାପଡ଼ିନି। ସେନେଇ ଅଧିକ ତଦନ୍ତ ଜାରି ରହିଛି।

Tags: