ଦିଲ୍ଲୀରେ ହାଲ୍କା ବର୍ଷା; ପ୍ରଦୂଷଣରୁ ସାମାନ୍ୟ ଆଶ୍ବସ୍ତି
ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ହାଲ୍କା ବର୍ଷା ହୋଇଛି। ଏହା ପ୍ରଭାବରେ ଦିଲ୍ଲୀର ବାୟୁମଣ୍ଡଳରେ ଘୂରି ବୁଲୁଥିବା ବିଷାକ୍ତ ଧୂଳିକଣାର ମାତ୍ରା ହ୍ରାସ ପାଇଛି। ଫଳରେ ଦିଲ୍ଲୀବାସୀ ପ୍ରଦୂଷଣରୁ ସାମାନ୍ୟ ଆଶ୍ବସ୍ତି ପାଇଛନ୍ତି। ଦିଲ୍ଲୀରେ ଗତ କିଛିଦିନ ହେଲା ପ୍ରଦୂଷଣର ମାତ୍ରା ବହୁ ଅଧିକ ବଢ଼ିଯାଇଥିଲା। ଗୁରୁବାର ପର୍ଯ୍ୟନ୍ତ ଦିଲ୍ଲୀ ଥିଲା ବିଶ୍ବର ସବୁଠୁ ଅଧିକ ପ୍ରଦୂଷିତ ସହର। ବର୍ଷା ପରେ ଦିଲ୍ଲୀରେ ଆଜି ସକାଳ ୭ଟାରେ ମୋଟାମୋଟି ବାୟୁର ମାନ ୪୦୭ ଥିଲା […]
ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ହାଲ୍କା ବର୍ଷା ହୋଇଛି। ଏହା ପ୍ରଭାବରେ ଦିଲ୍ଲୀର ବାୟୁମଣ୍ଡଳରେ ଘୂରି ବୁଲୁଥିବା ବିଷାକ୍ତ ଧୂଳିକଣାର ମାତ୍ରା ହ୍ରାସ ପାଇଛି। ଫଳରେ ଦିଲ୍ଲୀବାସୀ ପ୍ରଦୂଷଣରୁ ସାମାନ୍ୟ ଆଶ୍ବସ୍ତି ପାଇଛନ୍ତି। ଦିଲ୍ଲୀରେ ଗତ କିଛିଦିନ ହେଲା ପ୍ରଦୂଷଣର ମାତ୍ରା ବହୁ ଅଧିକ ବଢ଼ିଯାଇଥିଲା। ଗୁରୁବାର ପର୍ଯ୍ୟନ୍ତ ଦିଲ୍ଲୀ ଥିଲା ବିଶ୍ବର ସବୁଠୁ ଅଧିକ ପ୍ରଦୂଷିତ ସହର। ବର୍ଷା ପରେ ଦିଲ୍ଲୀରେ ଆଜି ସକାଳ ୭ଟାରେ ମୋଟାମୋଟି ବାୟୁର ମାନ ୪୦୭ ଥିଲା ବୋଲି ସରକାରୀ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି। ଦିଲ୍ଲୀର ଅଶୋକ ବିହାର (୪୪୩), ଆନନ୍ଦ ବିହାର (୪୩୬), ବୱାନା (୪୩୩), ରୋହିଣୀ (୪୨୯), ପଞ୍ଜାବୀ ବାଗ (୪୨୨) ଅଧିକ ପ୍ରଦୂଷିତ ସରର ତାଲିକାରେ ଏବେବି ରହିଛି। ନଏଡ଼ା, ଗୁରୁଗ୍ରାମ ଏବଂ ଅନ୍ୟ ନିକଟତମ ସହରଗୁଡ଼ିକରେ ମଧ୍ୟ ବାୟୁମାନରେ ସେତେଟା ସୁଧାର ଆସିନାହିଁ। ନଏଡ଼ାରେ ହାରାହାରି ବାୟୁମାନ ଆଜି ସକାଳେ ୪୭୫ ଥିବାବେଳେ ଫରିଦାବାଦରେ ୪୫୯, ଗୁରୁଗ୍ରାମରେ ୩୮୬ ଏବଂ ଗାଜିଆବାଦରେ ୩୨୫ ରହିଛି। ତେବେ ବର୍ଷା ଯୋଗୁ ପିଏମ୍ ୨.୫ ଓ ପିଏମ୍ ୧୦ର ମାତ୍ରା ବାୟୁମଣ୍ଡଳରେ ହ୍ରାସ ପାଇଛି।




