ଦିଲ୍ଲୀରେ ହାଇ ଆଲର୍ଟ, ଯମୁନା ନଦୀ ଜଳସ୍ତର ବିପଦ ସଙ୍କେତ ଟପିଲା
ନୂଆଦିଲ୍ଲୀ: ଦିଲ୍ଲୀରେ ଯମୁନା ନଦୀ ଜଳସ୍ତର ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି। ଯମୁନା ନଦୀରେ ବିପଦ ସଙ୍କେତ ହେଉଛି ୨୦୫.୩୩। ମଙ୍ଗଳବାର ସକାଳ ୮ଟା ସମୟରେ ଯମୁନା ନଦୀ ଜଳସ୍ତର ୨୦୬.୩୨ ମିଟର ରହିଥିଲା। ଦିଲ୍ଲୀରେ ହାଇ ଆଲର୍ଟ ଜାରି ହୋଇଛି। ପୁରୁଣା ଯମୁନା ବ୍ରିଜ୍ରେ ସଡ଼କ ଏବଂ ରେଳ ଟ୍ରାଫିକ୍ ଅସ୍ଥାୟୀ ଭାବେ ବନ୍ଦ ରହିଛି। ଦିଲ୍ଲୀରେ ବନ୍ୟା ବିପଦ ରହିଛି। ଯମୁନା ନଦୀ ନିକଟସ୍ଥ ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଖାଲି କରାଯାଇଛି। […]
ନୂଆଦିଲ୍ଲୀ: ଦିଲ୍ଲୀରେ ଯମୁନା ନଦୀ ଜଳସ୍ତର ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି। ଯମୁନା ନଦୀରେ ବିପଦ ସଙ୍କେତ ହେଉଛି ୨୦୫.୩୩। ମଙ୍ଗଳବାର ସକାଳ ୮ଟା ସମୟରେ ଯମୁନା ନଦୀ ଜଳସ୍ତର ୨୦୬.୩୨ ମିଟର ରହିଥିଲା। ଦିଲ୍ଲୀରେ ହାଇ ଆଲର୍ଟ ଜାରି ହୋଇଛି। ପୁରୁଣା ଯମୁନା ବ୍ରିଜ୍ରେ ସଡ଼କ ଏବଂ ରେଳ ଟ୍ରାଫିକ୍ ଅସ୍ଥାୟୀ ଭାବେ ବନ୍ଦ ରହିଛି। ଦିଲ୍ଲୀରେ ବନ୍ୟା ବିପଦ ରହିଛି। ଯମୁନା ନଦୀ ନିକଟସ୍ଥ ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଖାଲି କରାଯାଇଛି। ଦିଲ୍ଲୀରେ ଜଳବନ୍ଦୀ ସ୍ଥିତିର ମୁକାବିଲା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ବନ୍ୟାକୁ ନେଇ କୌଣସି ବିପଦ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ ଏବଂ ଗୁରଗାଓଁରେ ସମସ୍ତ ସ୍କୁଲ୍ ବନ୍ଦ ରହିଛି। ଦିଲ୍ଲୀ ସରକାର ସ୍ଥିତିର ମୁକାବିଲା ପାଇଁ ୧୬ଟି କଣ୍ଟ୍ରୋଲ ରୁମ୍ ସ୍ଥାପନ କରିଛନ୍ତି। ଦିଲ୍ଲୀ-ଅମ୍ବାଲା ରୁଟ୍ରେ ଆଜି ପ୍ରାୟ ୨୪ଟି ଟ୍ରେନ୍ ବାତିଲ କରାଯାଇଛି। ସଙ୍କଟ ବଢ଼ିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।




