ଦିଲ୍ଲୀରେ ସାଧୁ ବେଶରେ ଲୁଚି ରହିଛି ଅମୃତପାଲ !

୨୫/୩: ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଅମୃତପାଲ ସିଂହର ପତ୍ତା ମିଳୁନି। ପୁଲିସ ପଂଜାବ ସମେତ ସୀମାନ୍ତ ରାଜ୍ୟମାନଙ୍କରେ ସର୍ଚ୍ଚ ଅପରେସନ୍‌ ଜାରି ରଖିଥିଲେ ସୁଦ୍ଧା ଅମୃତପାଲର ଟେର୍‌ ପାଉନି। ତେବେ ଗୁଇନ୍ଦା ସୂଚନା ଅନୁଯାୟୀ ଅମୃତପାଲ ଏବେ ଦିଲ୍ଲୀରେ ଅଛି ଏବଂ ସେ ସାଧୁ ବେଶରେ ଲୁଚି ରହିଛି। ଏହି ସୂଚନା ପାଇବାପରେ ଦିଲ୍ଲୀ ଏବଂ ପଂଜାବ ପୁଲିସ ଟିମ୍‌ ଦିଲ୍ଲୀ ଏବଂ ଏହାର ସୀମା‌ ନିକଟରେ ଜୋରଦାର ସର୍ଚ୍ଚ ଅପରେସନ କରିଛନ୍ତି। ଦିଲ୍ଲୀର ଆଇଏସ୍‌ବିଟି ବସ୍ […]

Samaya Live Picture
Published On

୨୫/୩: ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଅମୃତପାଲ ସିଂହର ପତ୍ତା ମିଳୁନି। ପୁଲିସ ପଂଜାବ ସମେତ ସୀମାନ୍ତ ରାଜ୍ୟମାନଙ୍କରେ ସର୍ଚ୍ଚ ଅପରେସନ୍‌ ଜାରି ରଖିଥିଲେ ସୁଦ୍ଧା ଅମୃତପାଲର ଟେର୍‌ ପାଉନି। ତେବେ ଗୁଇନ୍ଦା ସୂଚନା ଅନୁଯାୟୀ ଅମୃତପାଲ ଏବେ ଦିଲ୍ଲୀରେ ଅଛି ଏବଂ ସେ ସାଧୁ ବେଶରେ ଲୁଚି ରହିଛି। ଏହି ସୂଚନା ପାଇବାପରେ ଦିଲ୍ଲୀ ଏବଂ ପଂଜାବ ପୁଲିସ ଟିମ୍‌ ଦିଲ୍ଲୀ ଏବଂ ଏହାର ସୀମା‌ ନିକଟରେ ଜୋରଦାର ସର୍ଚ୍ଚ ଅପରେସନ କରିଛନ୍ତି। ଦିଲ୍ଲୀର ଆଇଏସ୍‌ବିଟି ବସ୍ ଟର୍ମିନାଲ ନିକଟରେ ଅମୃତପାଲକୁ ଦେଖିବାକୁ ମିଳିଥିବା ସଂକ୍ରାନ୍ତ‌‌ରେ ଗୁଇନ୍ଦା ସୂଚନା ପାଇବାପରେ ଏହି ଅପରେସନ ଆରମ୍ଭ ହୋଇଛି। ଅମୃତପା‌ଲ ଯେକୌଣସି ଏକ ଗାଡ଼ିରେ ଦିଲ୍ଲୀ ସୀମାରେ ପ୍ରବେଶ କରିଛି ବୋଲି ପଂଜାବ ପୁଲିସ ମଧ୍ୟ ସନ୍ଦେହ କରୁଛି। ଇତି ମଧ୍ୟରେ ଉତ୍ତରାଖଣ୍ଡର ଡେରାଡୁନ, ହରିଦ୍ବାର, ଉଦ୍ଧମ ନଗର ଜିଲ୍ଲାରେ ସତର୍କ ସୂଚନା ଜାରି ହୋଇଛି। ଅମୃତପାଲ ଉତ୍ତରାଖଣ୍ଡ‌ରେ ପ୍ରବେଶ କରିଥିବା ସମ୍ଭାବନା ଥିବାରୁ ରାଜ୍ୟରେ ହାଇ ଆଲର୍ଟ ଜାରି ହୋଇଛି ବୋଲି ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର କହିଛନ୍ତି।

Tags: