ଦିଲ୍ଲୀରେ ସବୁ ଅଧିକାରୀଙ୍କ ଛୁଟି ବାତିଲ
ନୂଆଦିଲ୍ଲୀ : ଶନିବାର ଏବଂ ରବିବାର ରେକର୍ଡ ବର୍ଷା ଯୋଗୁ ଦିଲ୍ଲୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସୋମବାରର ଦିନ ବି ବର୍ଷା ଲାଗିରହିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ସବୁ ସରକାରୀ ଅଧିକାରୀଙ୍କର ଛୁଟି ବାତିଲ କରିଦେଇଛନ୍ତି। ଏଥିସହ ଦିଲ୍ଲୀରେ ପାଣି ଜମିଥିବା ଅଞ୍ଚଳଗୁଡ଼ିକର ଅବସ୍ଥା ଦେଖିବା ଓ ସମସ୍ୟା ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଲାଗି ସେ ସେମାନଙ୍କୁ ଆଦେଶ ଦେଇଛନ୍ତି। ୪୧ ବର୍ଷର ରେକର୍ଡଭଙ୍ଗା ବୃଷ୍ଟିପାତ ପରେ ଟ୍ବିଟ୍ […]
ନୂଆଦିଲ୍ଲୀ : ଶନିବାର ଏବଂ ରବିବାର ରେକର୍ଡ ବର୍ଷା ଯୋଗୁ ଦିଲ୍ଲୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସୋମବାରର ଦିନ ବି ବର୍ଷା ଲାଗିରହିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ସବୁ ସରକାରୀ ଅଧିକାରୀଙ୍କର ଛୁଟି ବାତିଲ କରିଦେଇଛନ୍ତି। ଏଥିସହ ଦିଲ୍ଲୀରେ ପାଣି ଜମିଥିବା ଅଞ୍ଚଳଗୁଡ଼ିକର ଅବସ୍ଥା ଦେଖିବା ଓ ସମସ୍ୟା ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଲାଗି ସେ ସେମାନଙ୍କୁ ଆଦେଶ ଦେଇଛନ୍ତି। ୪୧ ବର୍ଷର ରେକର୍ଡଭଙ୍ଗା ବୃଷ୍ଟିପାତ ପରେ ଟ୍ବିଟ୍ କରି କେଜ୍ରିୱାଲ ଏହି ଆଦେଶ ଦେଇଛନ୍ତି। ଦିଲ୍ଲୀରେ ଗତକାଲି ୧୨୬ ମିମି ବର୍ଷା ହୋଇଥିବା ବେଳେ ରବିବାର ସକାଳ ସାଢ଼େ ୮ଟା ସୁଦ୍ଧା ୨୪ ଘଣ୍ଟାରେ ୧୫୩ ମିମି ବର୍ଷା ରେକର୍ଡ କରାଯାଇଛି। ଦିଲ୍ଲୀର ରାସ୍ତାଘାଟ, ବଜାର, ପାର୍କ, ହସ୍ପିଟାଲ ପରିସର ଆଦି ଜଳାର୍ଣ୍ଣବ ହୋଇଯାଇଛି।




