ଦିଲ୍ଲୀରେ ବାୟୁର ମାନ ଲଗାତାର ୪ ଦିନ ଧରି ଖରାପ

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁର ମାନ ଲଗାତାର ଚତୁର୍ଥ ଦିନ ପାଇଁ ଖରାପ୍‌ ଶ୍ରେଣୀରେ ରହିଛି। ତେବେ ଦିଲ୍ଲୀ ବାୟୁମାନ ଖୁବ୍‌ ଶୀଘ୍ର ଅତି ଖରାପ୍‌ ଶ୍ରେଣୀକୁ ଚାଲିଯିବାର ସମ୍ଭାବନା ରହିଛି। ମଙ୍ଗଳବାର ଅପରାହ୍ନ ୪ଟାରେ ଦିଲ୍ଲୀ ଏକ୍ୟୁଆଇ (ବାୟୁ ମାନ ସୂଚକାଙ୍କ) ୨୩୬ ଥିବାବେଳେ ବୁଧବାର ସକାଳ ୮ଟାରେ ଏହା ୨୮୨ ରହିଛି। ଆଜି ସକାଳେ ଦିଲ୍ଲୀ ବାୟୁମାନ ୨୫୬ ରହିଛି। କେନ୍ଦ୍ର ପରିବେଶ ବିଜ୍ଞାନ ମନ୍ତ୍ରାଳୟର ଇଡବ୍ଲୁଏସ୍‌ (ଅର୍ଲି ୱାର୍ଣ୍ଣିଂ ସିଷ୍ଟମ୍‌) ଦ୍ବାରା ଜାରି ହୋଇଥିବା […]

Samaya Live Picture
Published On

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁର ମାନ ଲଗାତାର ଚତୁର୍ଥ ଦିନ ପାଇଁ ଖରାପ୍‌ ଶ୍ରେଣୀରେ ରହିଛି। ତେବେ ଦିଲ୍ଲୀ ବାୟୁମାନ ଖୁବ୍‌ ଶୀଘ୍ର ଅତି ଖରାପ୍‌ ଶ୍ରେଣୀକୁ ଚାଲିଯିବାର ସମ୍ଭାବନା ରହିଛି। ମଙ୍ଗଳବାର ଅପରାହ୍ନ ୪ଟାରେ ଦିଲ୍ଲୀ ଏକ୍ୟୁଆଇ (ବାୟୁ ମାନ ସୂଚକାଙ୍କ) ୨୩୬ ଥିବାବେଳେ ବୁଧବାର ସକାଳ ୮ଟାରେ ଏହା ୨୮୨ ରହିଛି। ଆଜି ସକାଳେ ଦିଲ୍ଲୀ ବାୟୁମାନ ୨୫୬ ରହିଛି। କେନ୍ଦ୍ର ପରିବେଶ ବିଜ୍ଞାନ ମନ୍ତ୍ରାଳୟର ଇଡବ୍ଲୁଏସ୍‌ (ଅର୍ଲି ୱାର୍ଣ୍ଣିଂ ସିଷ୍ଟମ୍‌) ଦ୍ବାରା ଜାରି ହୋଇଥିବା ୧୦ ଦିନର ଆକଳନ ଅନୁଯାୟୀ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଦିଲ୍ଲୀରେ ବାୟୁର ମାନ ଖରାପ୍‌ରୁ ଅତି ଖରାପ୍‌ ‌ରହିବ। ଗୁରୁବାର ଏବଂ ଶୁକ୍ରବାର ଦିଲ୍ଲୀରେ ବାୟୁର ମାନ ଅତି ଖରାପ୍‌ ରହିବ ବୋଲି ଆକଳନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ରବିବାର ଦିନ ପ୍ରଥମ ଥର ପାଇଁ ଦିଲ୍ଲୀରେ ବାୟୁର ମାନ ଅତି ଖରାପ୍‌ ସ୍ତରକୁ ଚାଲି ଯାଇଥିଲା।

Tags: