ଦିଲ୍ଲୀରେ ବାୟୁର ମାନ ଖରାପ୍ ଶ୍ରେଣୀକୁ ଗଲା

ନୂଆଦିଲ୍ଲୀ: ସାମାନ୍ୟ ଶୀତ ଆରମ୍ଭ ହେବା ସହ ଦିଲ୍ଲୀରେ ବାୟୁର ମାନ ଖରାପ୍ ଶ୍ରେଣୀକୁ ଖସିଛି। ସିପିସିବି (କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ) ଅନୁଯାୟୀ ଦିଲ୍ଲୀ ଏକ୍ୟୁଆଇ (ବାୟୁର ମାନ ସୂଚକାଙ୍କ ) ଆଜି ପୂର୍ବାହ୍ନ ୧୧ଟାରେ ୨୨୪ ଥିଲା। ଦିଲ୍ଲୀ ସହରରେ ଗତ ଗୁରୁବାର ଦିନ ଋତୁର ସର୍ବନିମ୍ନ ତାପମାତ୍ରା ୧୫.୯ ଡିଗ୍ରି ସେଲସିୟସ ରେକର୍ଡ ହୋଇଥିବାବେଳେ ଏହାର ୨ ଦିନ ପରେ ଆଜି ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୧୫.୮ ଡିଗ୍ରି ରହିଛି। ଦିଲ୍ଲୀରେ ବାୟୁର […]

Samaya Live Picture
Published On

ନୂଆଦିଲ୍ଲୀ: ସାମାନ୍ୟ ଶୀତ ଆରମ୍ଭ ହେବା ସହ ଦିଲ୍ଲୀରେ ବାୟୁର ମାନ ଖରାପ୍ ଶ୍ରେଣୀକୁ ଖସିଛି। ସିପିସିବି (କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ) ଅନୁଯାୟୀ ଦିଲ୍ଲୀ ଏକ୍ୟୁଆଇ (ବାୟୁର ମାନ ସୂଚକାଙ୍କ ) ଆଜି ପୂର୍ବାହ୍ନ ୧୧ଟାରେ ୨୨୪ ଥିଲା। ଦିଲ୍ଲୀ ସହରରେ ଗତ ଗୁରୁବାର ଦିନ ଋତୁର ସର୍ବନିମ୍ନ ତାପମାତ୍ରା ୧୫.୯ ଡିଗ୍ରି ସେଲସିୟସ ରେକର୍ଡ ହୋଇଥିବାବେଳେ ଏହାର ୨ ଦିନ ପରେ ଆଜି ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୧୫.୮ ଡିଗ୍ରି ରହିଛି। ଦିଲ୍ଲୀରେ ବାୟୁର ମାନ ଖରାପ୍ ହେବା ଆରମ୍ଭ କରିଥିବାରୁ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ପଦକ୍ଷେପ ଗ୍ରହଣ ହୋଇଛି। ପ୍ରଦୂଷଣ ନିୟନ୍ତ୍ରଣ ନେଇ ଶୁକ୍ରବାର ଦିନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର ଏକ ମିଳିତ ବୈଠକ ଥିଲା। ଇତି ମଧ୍ୟରେ ଦିଲ୍ଲୀ ସରକାର ବାଣ ଫୁଟାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାପାଇଁ କେନ୍ଦ୍ର ପରିବେଶ ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି। ଚଳିତ ମାସ ଆରମ୍ଭରେ ସିପିସିବିର ଏକ ଅଧ୍ୟୟନ ଅନୁଯାୟୀ ଦିଲ୍ଲୀ ସମେତ ମୋଟ୍ ୧୦ଟି ସହର ହେଉଛି ଦେଶର ସର୍ବାଧିକ ପ୍ରଦୂଷିତ ସହର। ଦିଲ୍ଲୀ, ଫରିଦାବାଦ, ଗାଜିଆବାଦ, ନଏଡ଼ା ଏବଂ ମିରଟ ଏହି ତାଲିକାର ପ୍ରଥମ ୫ଟି ସ୍ଥାନରେ ରହିଛି। ଏହା ପଛକୁ ବିହାରର ପାଟନା ଏବଂ ମୁଜାଫରପୁର ରହିଛି।

Tags: