ଦିଲ୍ଲୀରେ ବାୟୁର ମାନ ଅତି ସାଂଘାତିକ

ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁର ମାନ ଅତି ସାଂଘାତିକ ରହିଛି। ସମଗ୍ର ଦିଲ୍ଲୀ ସହର ଏବେ ବିଷ ବଳୟରେ ରହିଛି। ଲଗାତାର ଚତୁର୍ଥ ଦିନରେ ସମଗ୍ର ଦିଲ୍ଲୀ ସହର ଏକ ମୋଟା କୁହୁଡ଼ି ସ୍ତରରେ ଆଚ୍ଛାଦିତ ହୋଇ ରହିଛି। ବାୟୁର ମାନ ଅତି ସାଂଘାତିକ ଶ୍ରେଣୀରେ ରହିଛି। ସିପିସିବି ( ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ) ଅନୁଯାୟୀ ଦିଲ୍ଲୀରେ ସାମଗ୍ରିକ ଏକ୍ୟୁଆଇ ୩୪୬ ରହିଛି। ଦିଲ୍ଲୀର ଲୋଧି ରୋଡ୍, ଜାହାଙ୍ଗିରପୁରୀ, ଆର୍କେ ପୁରମ ଏବଂ ଇନ୍ଦିରା ଗାନ୍ଧୀ […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁର ମାନ ଅତି ସାଂଘାତିକ ରହିଛି। ସମଗ୍ର ଦିଲ୍ଲୀ ସହର ଏବେ ବିଷ ବଳୟରେ ରହିଛି। ଲଗାତାର ଚତୁର୍ଥ ଦିନରେ ସମଗ୍ର ଦିଲ୍ଲୀ ସହର ଏକ ମୋଟା କୁହୁଡ଼ି ସ୍ତରରେ ଆଚ୍ଛାଦିତ ହୋଇ ରହିଛି। ବାୟୁର ମାନ ଅତି ସାଂଘାତିକ ଶ୍ରେଣୀରେ ରହିଛି। ସିପିସିବି ( ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ) ଅନୁଯାୟୀ ଦିଲ୍ଲୀରେ ସାମଗ୍ରିକ ଏକ୍ୟୁଆଇ ୩୪୬ ରହିଛି। ଦିଲ୍ଲୀର ଲୋଧି ରୋଡ୍, ଜାହାଙ୍ଗିରପୁରୀ, ଆର୍କେ ପୁରମ ଏବଂ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର (ଟି୩) ଅଞ୍ଚଳରେ ବାୟୁର ମାନ ଅତି ସାଂଘାତିକ ରହିଛି। ଉକ୍ତ ସ୍ଥାନମାନଙ୍କରେ ଏକ୍ୟୁଆଇ ଯଥାକ୍ରମେ ୪୩୮,୪୯୧,୪୮୬ ଏବଂ ୪୭୩ ଅଛି। ବାୟୁର ମାନ ସୁଧାରିବା ପାଇଁ ଏମ୍ସିଡି (ଦିଲ୍ଲୀ ପୌର ନିଗମ) ଲୋଧି ରୋଡରେ ପାଣି ଛିଞ୍ଚିଛି। ଉତ୍ତରପ୍ରଦେଶର ନଏଡ଼ାର ସେକ୍ଟର ୬୧, ସେକ୍ଟର ୧ ଏବଂ ସେକ୍ଟର ୧୧୬ରେ ଏକ୍ୟୁଆଇ ଅତି ସାଂଘାତିକ ଶ୍ରେଣୀରେ ରହିଛି। କେବଳ ଦିଲ୍ଲୀ ନୁହେଁ ସମଗ୍ର ଉତ୍ତର ଭାରତରେ ପରିସ୍ଥିତି ଅତି ଜଟିଳ ରହିଛି। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ଏବେ ସବୁ ସରକାର ଏକାଠି କାମ କରିବାର ଆବଶ୍ୟକତା ରହିଛି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ମନ୍ତ୍ରୀ ଗୋପାଳ ରାୟ ଲୋକମାନଙ୍କୁ ବସ୍ ଏବଂ ମେଟ୍ରୋ ପରିବର୍ତ୍ତେ ସର୍ବସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରିବାପାଇଁ ଅନୁରୋଧ କରିଛନ୍ତି। ମନ୍ତ୍ରୀ ଗୋପାଳ ରାୟ ବୁଧବାର ୪୦୦ରୁ ଅଧିକ ଏକ୍ୟୁଆଇ ଥିବା ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଉପରେ ୫ ଦିନ ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି। ଯାନବାହନ ପ୍ରଦୂଷଣ ହ୍ରାସ କରିବା ପାଇଁ ସରକାର ‘ରେଡ୍ ଲାଇଟ୍ ଅନ୍ ଗାଡି ଅଫ୍’ ଅଭିଯାନ ଆରମ୍ଭ କରିଛନ୍ତି ଏବଂ ସର୍ବସାଧାରଣ ପରିବହନକୁ ସୁଦୃଢ଼ କରିବା ପାଇଁ ୧,୦୦୦ ଘରୋଇ ସିଏନ୍ଜି ବସ୍ ଭଡ଼ାରେ ନେବେ ବୋଲି କହିଛନ୍ତି। ପ୍ରଦୂଷଣ ପାଇଁ ଦିଲ୍ଲୀରେ ପ୍ରାଥମିକ ସ୍କୁଲ୍ ଗୁଡ଼ିକ ବନ୍ଦ କରାଯାଇଛି।

Tags: