ଦିଲ୍ଲୀରେ ବାଣ ନିଷିଦ୍ଧ କଲେ ଦିଲ୍ଲୀ ସରକାର, ବାଣ ଫୁଟିବନି କି ବିକ୍ରି ହେବନି
ନୂଆଦିଲ୍ଲୀ : ଚଳିତ ଦୀପାବଳି ଉତ୍ସବରେ ପୁଣିଥରେ ଦିଲ୍ଲୀ ସରକାର ଦିଲ୍ଲୀରେ ବାଣି ନିଷିଦ୍ଧ କରିଛନ୍ତି। ଦିଲ୍ଲୀରେ ବାଣ ବିକ୍ରି ହେବନି କି ବାଣ ଫୁଟାଯିବନି। ପ୍ରଦୂଷଣ ନିୟନ୍ତ୍ରଣ ଯୋଜନା ଅନ୍ତର୍ଗତ ଦିଲ୍ଲୀ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ପରିବେଶ ମନ୍ତ୍ରୀ ଗୋପାଳ ରାୟ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି। ଚଳିତ ଦୀପାବଳିରେ ଦିଲ୍ଲୀରେ ସମସ୍ତ ପ୍ରକାର ବାଣର ଉତ୍ପାଦନ, ବିକ୍ରି, ଗଚ୍ଛିତ ରଖିବା ଏବଂ ବାଣ ଫୁଟାଇବା ବନ୍ଦ […]
ନୂଆଦିଲ୍ଲୀ : ଚଳିତ ଦୀପାବଳି ଉତ୍ସବରେ ପୁଣିଥରେ ଦିଲ୍ଲୀ ସରକାର ଦିଲ୍ଲୀରେ ବାଣି ନିଷିଦ୍ଧ କରିଛନ୍ତି। ଦିଲ୍ଲୀରେ ବାଣ ବିକ୍ରି ହେବନି କି ବାଣ ଫୁଟାଯିବନି। ପ୍ରଦୂଷଣ ନିୟନ୍ତ୍ରଣ ଯୋଜନା ଅନ୍ତର୍ଗତ ଦିଲ୍ଲୀ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ପରିବେଶ ମନ୍ତ୍ରୀ ଗୋପାଳ ରାୟ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି। ଚଳିତ ଦୀପାବଳିରେ ଦିଲ୍ଲୀରେ ସମସ୍ତ ପ୍ରକାର ବାଣର ଉତ୍ପାଦନ, ବିକ୍ରି, ଗଚ୍ଛିତ ରଖିବା ଏବଂ ବାଣ ଫୁଟାଇବା ବନ୍ଦ ହେବ ବୋଲି ରାୟ ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାପାଇଁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ୩ ବର୍ଷ ଧରି ଦିଲ୍ଲୀ ସରକାର ଦିଲ୍ଲୀରେ ଏହି କଟକଣା ଲଗାଇଛନ୍ତି। ରାୟ କହିଛନ୍ତି, ଲୋକଙ୍କ ଜୀବନ ବଞ୍ଚାଇବାପାଇଁ ମିଳିତ ଉଦ୍ୟମ ଲୋଡ଼ା। ଆମେ ଦିଲ୍ଲୀ ବାସିନ୍ଦା ଲାଇଟ୍ ଏବଂ ଲ୍ୟାମ୍ପ୍ରେ ଦିଲ୍ଲୀ ପାଳିବା।




