ଦିଲ୍ଲୀରେ ବର୍ବର କାଣ୍ଡ, ୮୫ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ବ୍ଲେଡ୍‌ରେ ଓଠ କାଟିଦେଲେ

ନୂଆଦିଲ୍ଲୀ: ଦିଲ୍ଲୀ‌ର ସୁଭାଷ ପ୍ଲେସ୍‌ ଅଞ୍ଚଳରେ ଅତି ବର୍ବର କାଣ୍ଡ ଘଟିଛି। ଜଣେ ୮୫ ବର୍ଷୀୟା ବୃଦ୍ଧା‌ ଦୁଷ୍କର୍ମର ଶିକାର ହୋଇଛନ୍ତି। ଶୁକ୍ରବାର ବଡ଼ି ଭୋର୍‌ ସମୟରେ ବୃଦ୍ଧା ଜଣଙ୍କ ତାଙ୍କ ଘରେ ଶୋଇଥିବାବେଳେ ଜଣେ ବ୍ୟକ୍ତି ବୃଦ୍ଧାଙ୍କ ଘରେ ପଶି ତାଙ୍କୁ ଅତି ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲା। ସେ ମଧ୍ୟ ବୃଦ୍ଧାଙ୍କୁ ଠେଲାପେଲା କରିବା ସହ ତାଙ୍କ ଓଠକୁ ବ୍ଲେଡ୍‌ରେ କାଟି ଦେଇଥିଲା। ମିଳିଥିବା ସୂଚନାନୁଯାୟୀ ବୃଦ୍ଧାଙ୍କ ଗୁପ୍ତାଙ୍ଗ ଏବଂ ମୁହଁରେ ଅତି ଗଭୀର […]

Samaya Live Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ‌ର ସୁଭାଷ ପ୍ଲେସ୍‌ ଅଞ୍ଚଳରେ ଅତି ବର୍ବର କାଣ୍ଡ ଘଟିଛି। ଜଣେ ୮୫ ବର୍ଷୀୟା ବୃଦ୍ଧା‌ ଦୁଷ୍କର୍ମର ଶିକାର ହୋଇଛନ୍ତି। ଶୁକ୍ରବାର ବଡ଼ି ଭୋର୍‌ ସମୟରେ ବୃଦ୍ଧା ଜଣଙ୍କ ତାଙ୍କ ଘରେ ଶୋଇଥିବାବେଳେ ଜଣେ ବ୍ୟକ୍ତି ବୃଦ୍ଧାଙ୍କ ଘରେ ପଶି ତାଙ୍କୁ ଅତି ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲା। ସେ ମଧ୍ୟ ବୃଦ୍ଧାଙ୍କୁ ଠେଲାପେଲା କରିବା ସହ ତାଙ୍କ ଓଠକୁ ବ୍ଲେଡ୍‌ରେ କାଟି ଦେଇଥିଲା। ମିଳିଥିବା ସୂଚନାନୁଯାୟୀ ବୃଦ୍ଧାଙ୍କ ଗୁପ୍ତାଙ୍ଗ ଏବଂ ମୁହଁରେ ଅତି ଗଭୀର ଆଘାତ ଲାଗିଛି। ମାମଲାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାଁ ଆକାଶ ଏବଂ ବୟସ ୨୮ । ଦିଲ୍ଲୀ ମହିଳା କମିସନ୍‌ (ଡିସିଡବ୍ଲ୍ୟୁ) ମୁଖ୍ୟ ସ୍ବାତୀ ମଲିୱାଲ୍‌ ଏହି ମାମଲାରେ ଦିଲ୍ଲୀ ପୁଲିସକୁ ପ୍ରଶ୍ନ କରିଛନ୍ତି। ଡିସିଡବ୍ଲ୍ୟୁ ମୁଖ୍ୟ ମଧ୍ୟ ଦିଲ୍ଲୀ ପୁଲିସକୁ ନୋଟିସ କରିଛନ୍ତି ଏବଂ ମାମଲାରେ ପୁଲିସଠାରୁ ଏତଲାର ଏକ କପି ମାଗିଛନ୍ତି।

Tags: