ଦିଲ୍ଲୀରେ ବନ୍ୟା ବିପଦ ଏବେ ବି ଟଳିନି, ଲୋକମାନେ ସାବଧାନ ରହିବାକୁ କେଜ୍ରିୱାଲଙ୍କ ଅନୁରୋଧ

ନୂଆଦିଲ୍ଲୀ: ଯମୁନା ନଦୀରେ ଜଳସ୍ତର କମିଥିଲେ ବି ଦିଲ୍ଲୀ ସହରରେ ବନ୍ୟା ପାଣି ବଢ଼ିଚାଲିଛି। ବନ୍ୟା ବିପଦ ଏବେ ବି ଟଳିନି। ତେଣୁ ଲୋକମାନେ ଜଳମଗ୍ନ ଅଞ୍ଚଳରେ ସେଲ୍‌ଫି ନନେବାପାଇଁ ଏବଂ ନଈରେ ନପହଁରିବାପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନୁରୋଧ କରିଛନ୍ତି। ଦିଲ୍ଲୀ ମୁକୁନ୍ଦପୁରରେ ୩ ଜଣ ଶିଶୁ ବନ୍ୟା ପାଣିରେ ବୁଡ଼ି ମରିଯିବାପରେ କେଜ୍ରିୱାଲ ଆଜି ଏହି ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ସହର ଏବେ ନଈ ପାଲଟିଛି। ସବୁଠି ଜଳମଗ୍ନ। ସୁପ୍ରିମକୋର୍ଟ, […]

Samaya Live Picture
Published On

ନୂଆଦିଲ୍ଲୀ: ଯମୁନା ନଦୀରେ ଜଳସ୍ତର କମିଥିଲେ ବି ଦିଲ୍ଲୀ ସହରରେ ବନ୍ୟା ପାଣି ବଢ଼ିଚାଲିଛି। ବନ୍ୟା ବିପଦ ଏବେ ବି ଟଳିନି। ତେଣୁ ଲୋକମାନେ ଜଳମଗ୍ନ ଅଞ୍ଚଳରେ ସେଲ୍‌ଫି ନନେବାପାଇଁ ଏବଂ ନଈରେ ନପହଁରିବାପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନୁରୋଧ କରିଛନ୍ତି। ଦିଲ୍ଲୀ ମୁକୁନ୍ଦପୁରରେ ୩ ଜଣ ଶିଶୁ ବନ୍ୟା ପାଣିରେ ବୁଡ଼ି ମରିଯିବାପରେ କେଜ୍ରିୱାଲ ଆଜି ଏହି ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ସହର ଏବେ ନଈ ପାଲଟିଛି। ସବୁଠି ଜଳମଗ୍ନ। ସୁପ୍ରିମକୋର୍ଟ, ରାଜଘାଟ ସବୁଠି ବନ୍ୟା ପାଣି ପଶି ଯାଇଛି। ତେବେ ଯମୁନା ନଦୀରେ ଜଳସ୍ତର କମିଥିବାରୁ ଏହା ଆଶ୍ବସ୍ତିଜନକ। ଶନିବାର ସକାଳ ୧୦ଟା ସୁଦ୍ଧା ଯମୁନା ନଦୀ ଜଳସ୍ତର ୨୦୭.୪୮ ମିଟରକୁ ଖସି ଆସିଛି। କିନ୍ତୁ ଏହା ଏବେ ବି ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି। ବନ୍ୟା ପାଣି ପାଇଁ ଅନେକ ପ୍ରମୁଖ ରାସ୍ତା ଏବେ ବି ବନ୍ଦ ରହିଛି।

Tags: