ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ
ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍ସିଆରରେ ପ୍ରବଳ ବର୍ଷା ହେବାରୁ ଜଳବନ୍ଦି ସମସ୍ୟା ସୃଷ୍ଟି ହୋଇଛି। ପ୍ରମୁଖ ସରକାରୀ ଅଫିସ ଏବଂ ଦୂତାବାସ ଥିବା ଲ୍ୟୁଟେନ୍ସ ଦିଲ୍ଲୀରେ ଆଜି ମାତ୍ର କିଛି ଘଣ୍ଟାର ବର୍ଷା ପରେ ବ୍ୟାପକ ଜଳବନ୍ଦି ସମସ୍ୟା ସୃଷ୍ଟି ହୋଇଛି। ଜନପଥ ରୋଡ୍ର ଏକ ଅଂଶ ବୁଡ଼ି ଯାଇଛି। ଜନପଥରୁ ଜନ୍ତରମନ୍ତରକୁ ସଂଯୋଗ କରୁଥିବା ଏକ ରାସ୍ତା ଆଂଶିକ ଜଳମଗ୍ନ ହୋଇଛି। ପ୍ରଭାବିତ ଅଞ୍ଚଳ ଏନ୍ଡିଏମ୍ସି (ନୂଆଦିଲ୍ଲୀ ମ୍ୟୁନିସପାଲ୍ କାଉନସିଲ୍) ଅଧୀନରେ ଆସୁଛି ଏବଂ ଏହା ସଂସଦଠାରୁ ମାତ୍ର […]
ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍ସିଆରରେ ପ୍ରବଳ ବର୍ଷା ହେବାରୁ ଜଳବନ୍ଦି ସମସ୍ୟା ସୃଷ୍ଟି ହୋଇଛି। ପ୍ରମୁଖ ସରକାରୀ ଅଫିସ ଏବଂ ଦୂତାବାସ ଥିବା ଲ୍ୟୁଟେନ୍ସ ଦିଲ୍ଲୀରେ ଆଜି ମାତ୍ର କିଛି ଘଣ୍ଟାର ବର୍ଷା ପରେ ବ୍ୟାପକ ଜଳବନ୍ଦି ସମସ୍ୟା ସୃଷ୍ଟି ହୋଇଛି। ଜନପଥ ରୋଡ୍ର ଏକ ଅଂଶ ବୁଡ଼ି ଯାଇଛି। ଜନପଥରୁ ଜନ୍ତରମନ୍ତରକୁ ସଂଯୋଗ କରୁଥିବା ଏକ ରାସ୍ତା ଆଂଶିକ ଜଳମଗ୍ନ ହୋଇଛି। ପ୍ରଭାବିତ ଅଞ୍ଚଳ ଏନ୍ଡିଏମ୍ସି (ନୂଆଦିଲ୍ଲୀ ମ୍ୟୁନିସପାଲ୍ କାଉନସିଲ୍) ଅଧୀନରେ ଆସୁଛି ଏବଂ ଏହା ସଂସଦଠାରୁ ମାତ୍ର ୫୦୦ ମିଟର ଦୂରରେ ଅବସ୍ଥିତ। ଗୁରୁଗ୍ରାମରେ ମଧ୍ୟ ଆଜି ହାଲୁକା ବର୍ଷା ହୋଇଛି। ପ୍ରବଳ ବର୍ଷା ପାଇଁ ଆଜି ବିମାନବନ୍ଦର କର୍ତ୍ତୃପକ୍ଷ ଏକ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ଯାତ୍ରୀମାନେ ସେମାନଙ୍କ ବିମାନର ଷ୍ଟାଟସ୍ ଚେକ୍ କରିବାପାଇଁ ଏବଂ ଜଳବନ୍ଦୀ ସମସ୍ୟା ପାଇଁ ଉପୁଜୁଥିବା ଟ୍ରାଫିକ୍ ଜାମ୍ ସମସ୍ୟାରୁ ବର୍ତ୍ତିବାପାଇଁ ଆଗୁଆ ବିମାନବନ୍ଦର ଯିବାକୁ ବିମାନବନ୍ଦର କର୍ତ୍ତୃପକ୍ଷ ଏକ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ଦିଲ୍ଲୀରେ ଆଜି ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରି ସେଲସିୟସ ରହିଛି।




