ଦିଲ୍ଲୀରେ ପ୍ରଦୂଷଣ ସ୍ତର ‘ହୁ’ର ନିର୍ଦ୍ଧାରିତ ସୀମାଠାରୁ ୧୦୦ ଗୁଣା ଅଧିକ
ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁର ମାନ ପୁଣିଥରେ ଅତି ସାଂଘାତିକ ସ୍ତରକୁ ଚାଲି ଆସିଛି। ଦିଲ୍ଲୀ ଆଜି ମଧ୍ୟ ଦେଶରେ ସର୍ବାଧିକ ପ୍ରଦୂଷିତ ସହର। ଦିଲ୍ଲୀରେ ଏକ୍ୟୁଆଇ ( ବାୟୁର ମାନ ସୂଚକାଙ୍କ) ବିଭିନ୍ନ ସ୍ଥାନରେ ୫୦୦ ଉପରେ ରହିଛି। ଆଜି ଅପରାହ୍ନରେ ଦିଲ୍ଲୀର ୱାଜିପୁର ମନିଟରିଂ ଷ୍ଟେସନ୍ରେ ସର୍ବାଧିକ ଏକ୍ୟୁଆଇ ସ୍ତର ୮୫୯ ରେକର୍ଡ କରାଯାଇଛି। ଦିଲ୍ଲୀରେ ପିଏମ୍ (ପାର୍ଟିକୁଲେଟ୍ ମ୍ୟାଟର) ସ୍ତର ଏବେଦ ୯୬.୨ ରହିଛି। ଏହା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ର ବାୟୁର ମାନ […]
ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁର ମାନ ପୁଣିଥରେ ଅତି ସାଂଘାତିକ ସ୍ତରକୁ ଚାଲି ଆସିଛି। ଦିଲ୍ଲୀ ଆଜି ମଧ୍ୟ ଦେଶରେ ସର୍ବାଧିକ ପ୍ରଦୂଷିତ ସହର। ଦିଲ୍ଲୀରେ ଏକ୍ୟୁଆଇ ( ବାୟୁର ମାନ ସୂଚକାଙ୍କ) ବିଭିନ୍ନ ସ୍ଥାନରେ ୫୦୦ ଉପରେ ରହିଛି। ଆଜି ଅପରାହ୍ନରେ ଦିଲ୍ଲୀର ୱାଜିପୁର ମନିଟରିଂ ଷ୍ଟେସନ୍ରେ ସର୍ବାଧିକ ଏକ୍ୟୁଆଇ ସ୍ତର ୮୫୯ ରେକର୍ଡ କରାଯାଇଛି। ଦିଲ୍ଲୀରେ ପିଏମ୍ (ପାର୍ଟିକୁଲେଟ୍ ମ୍ୟାଟର) ସ୍ତର ଏବେଦ ୯୬.୨ ରହିଛି। ଏହା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ର ବାୟୁର ମାନ ନିର୍ଦ୍ଦେଶାବଳିଠାରୁ ୧୦୦ ଗୁଣା ଅଧିକ । ପିଏମ୍ ସ୍ତର ୨.୫ ରହିବା ଠିକ୍। ଦିଲ୍ଲୀରେ ପ୍ରଦୂଷଣ ସ୍ତର ଏତେ ଅଧିକ ବୃଦ୍ଧି ପାଇବା ଫଳରେ ଦିଲ୍ଲୀ ବାସିନ୍ଦା ଅଣନିଶ୍ବାସୀ ହୋଇ ପଡ଼ିଛନ୍ତି। ଯାନବାହନ ଏବଂ ଶିଳ୍ପ ପ୍ରଦୂଷଣ ଏବଂ ପଂଜାବ ଓ ହରିୟାଣାରେ ନଡ଼ାପାଳ ଜାଳିବା ପାଇଁ ଦିଲ୍ଲୀରେ ପ୍ରଦୂଷଣ ବଢ଼ୁଛି। ପ୍ରଦୂଷଣ ପାଇଁ ସ୍ବାସ୍ଥ୍ୟ ଉପରେ ଅତି ଖରାପ୍ ପ୍ରଭାବ ପଢ଼ୁଛି। ଅନେକ ଲୋକ ଶ୍ବାସ ଜନିତ ସମସ୍ୟାରେ ପୀଡ଼ିତ।




