ଦିଲ୍ଲୀରେ ପୁଣି ଭୂକମ୍ପ

ନୂଆଦିଲ୍ଲୀ : ଦିଲ୍ଲୀରେ ଆଜି ୨.୬ ତୀବ୍ରତାର ଭୂକମ୍ପ ହୋଇଛି। ଅପରାହ୍ନ ୩.୩୬ରେ ଦିଲ୍ଲୀରେ ଭୂକମ୍ପ ହୋଇଛି। ଉତ୍ତର ଜିଲ୍ଲାରେ ଭୂମିରୁ ୧୦ କିମି ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ତେବେ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନାହିଁ କି କେହି ମୃତାହତ ହୋଇନାହାନ୍ତି। ଗତ କିଛି ଦିନ ତଳେ ମଧ୍ୟ ଦିଲ୍ଲୀରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ପଶ୍ଚିମ ନେପାଳରେ ୫.୬ ତୀବ୍ରତାର ଭୂକମ୍ପ ହେବାପରେ ଉତ୍ତର ଭାରତର ବିଭିନ୍ନ ଅଂଶରେ ଭୂକମ୍ପ ଝଟ୍କା ଅନୁଭୂତ […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀରେ ଆଜି ୨.୬ ତୀବ୍ରତାର ଭୂକମ୍ପ ହୋଇଛି। ଅପରାହ୍ନ ୩.୩୬ରେ ଦିଲ୍ଲୀରେ ଭୂକମ୍ପ ହୋଇଛି। ଉତ୍ତର ଜିଲ୍ଲାରେ ଭୂମିରୁ ୧୦ କିମି ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ତେବେ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନାହିଁ କି କେହି ମୃତାହତ ହୋଇନାହାନ୍ତି। ଗତ କିଛି ଦିନ ତଳେ ମଧ୍ୟ ଦିଲ୍ଲୀରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ପଶ୍ଚିମ ନେପାଳରେ ୫.୬ ତୀବ୍ରତାର ଭୂକମ୍ପ ହେବାପରେ ଉତ୍ତର ଭାରତର ବିଭିନ୍ନ ଅଂଶରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀରେ ବାରମ୍ବାର ଭୂକମ୍ପ ହେବାଦ୍ବାରା ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି।

Tags: