ଦିଲ୍ଲୀରେ ପୁଣି ପ୍ରବଳ ବର୍ଷିବା ପରେ ବନ୍ୟା ଭୟ ଫେରିଲା, ଉପରାଜ୍ୟପାଳଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଦିଲ୍ଲୀରେ ଶନିବାର ସନ୍ଧ୍ୟାରେ ପୁଣିଥରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ଆହୁରି ବଢ଼ି ଯାଇଛି। ବନ୍ୟା ଭୟ ପୁଣିଥରେ ଫେରିଛି। ରବିବାର ସକାଳେ ଯମୁନା ନଦୀ ଜଳସ୍ତର ୨୦୫.୯୮ ଥିଲା। ଯମୁନା ନଦୀ ଜଳସ୍ତର ଏବେ ବି ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ଗସ୍ତରୁ ଫେରିବାପରେ ଆଜି ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ସହ କଥା ହୋଇଛନ୍ତି ଏବଂ ଦିଲ୍ଲୀ ସ୍ଥିତି ସଂକ୍ରାନ୍ତରେ […]
ନୂଆଦିଲ୍ଲୀ : ଦିଲ୍ଲୀରେ ଶନିବାର ସନ୍ଧ୍ୟାରେ ପୁଣିଥରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ଆହୁରି ବଢ଼ି ଯାଇଛି। ବନ୍ୟା ଭୟ ପୁଣିଥରେ ଫେରିଛି। ରବିବାର ସକାଳେ ଯମୁନା ନଦୀ ଜଳସ୍ତର ୨୦୫.୯୮ ଥିଲା। ଯମୁନା ନଦୀ ଜଳସ୍ତର ଏବେ ବି ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ଗସ୍ତରୁ ଫେରିବାପରେ ଆଜି ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ସହ କଥା ହୋଇଛନ୍ତି ଏବଂ ଦିଲ୍ଲୀ ସ୍ଥିତି ସଂକ୍ରାନ୍ତରେ ବୁଝିଛନ୍ତି। ଦିଲ୍ଲୀର ବିଭିନ୍ନ ପ୍ରମୁଖ ଅଞ୍ଚଳ ଗୁଡ଼ିକ ଜଳବନ୍ଦୀ ହୋଇ ରହିଛି। ଅନେକ ରାସ୍ତା ଏବେ ବି ବନ୍ଦ ରହିଛି। ଯଦି ବର୍ଷା ନହେବ ତେବେ ଆଗକୁ ପରିସ୍ଥିତିରେ ସୁଧାର ଆସିବ।




