ଦିଲ୍ଲୀରେ ନର୍ଦ୍ଦମା ଜଳରେ ବୁଡ଼ିଗଲା କୋଚିଂ ସେଣ୍ଟର; ୨ ଛାତ୍ର ମୃତ
ନୂଆଦିଲ୍ଲୀ: ଦିଲ୍ଲୀ ରାଜେନ୍ଦ୍ର ନଗର ସ୍ଥିତ ରାଓ ଆଇଏଏସ୍ କୋଚିଂ ସେଣ୍ଟର ବେସ୍ମେଣ୍ଟ ନର୍ଦ୍ଦମା ଜଳରେ ବୁଡ଼ିଯିବାରୁ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ନିଖୋଜ ଅଛନ୍ତି। ଏନ୍ଡିଆରଏଫ ଘଟଣାସ୍ଥଳରେ ପହଞ୍ଚି ୨ ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି । ରାତି ୧୨ଟା ସୁଦ୍ଧା ଜଣେ ନିଖୋଜ ଥିବାରୁ ତାଙ୍କୁ ଠାବ କରିବା ପାଇଁ ବ୍ୟାପକ ପ୍ରୟାସ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ୭ଟାରେ ଅଗ୍ନିଶମ ବିଭାଗକୁ ଫୋନ୍ ଆସିଥିଲା […]
ନୂଆଦିଲ୍ଲୀ: ଦିଲ୍ଲୀ ରାଜେନ୍ଦ୍ର ନଗର ସ୍ଥିତ ରାଓ ଆଇଏଏସ୍ କୋଚିଂ ସେଣ୍ଟର ବେସ୍ମେଣ୍ଟ ନର୍ଦ୍ଦମା ଜଳରେ ବୁଡ଼ିଯିବାରୁ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ନିଖୋଜ ଅଛନ୍ତି। ଏନ୍ଡିଆରଏଫ ଘଟଣାସ୍ଥଳରେ ପହଞ୍ଚି ୨ ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛି । ରାତି ୧୨ଟା ସୁଦ୍ଧା ଜଣେ ନିଖୋଜ ଥିବାରୁ ତାଙ୍କୁ ଠାବ କରିବା ପାଇଁ ବ୍ୟାପକ ପ୍ରୟାସ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ୭ଟାରେ ଅଗ୍ନିଶମ ବିଭାଗକୁ ଫୋନ୍ ଆସିଥିଲା ଯେ କୋଚିଂ ସେଣ୍ଟର ବେସ୍ମେଣ୍ଟରେ ବନ୍ୟା ଜଳରେ ବୁଡ଼ିଯାଇଛି ଏବଂ ସେଠାରେ ୨ ଜଣ ଛାତ୍ର ଓ ଜଣେ ବାଳକ ଫସି ରହିଛନ୍ତି। ଏହାପରେ ଯୁଦ୍ଧସ୍ତରରେ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା। ଦିଲ୍ଲୀ ମେୟର ଶେଲି ଓବରୟ କହିଛନ୍ତି ଯେ ନର୍ଦ୍ଦମା ଫାଟିବା ଯୋଗୁଁ ବେସମେଣ୍ଟରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ ଦିଲ୍ଲୀ ମେୟର ଓ ସ୍ଥାନୀୟ ବିଧାୟକ ମଧ୍ୟ ଘଟଣାସ୍ଥଳରେ ଅଛନ୍ତି। ଦୁର୍ଘଟଣାର ମାଜିଷ୍ଟ୍ରେଟ୍ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଏବଂଏଥିପାଇଁ ଦାୟୀ ଅଧିକାରୀଙ୍କୁ ଛଡ଼ାଯିବ ନାହିଁ ବୋଲି କୁହାଯାଇଛି। ଶେଷରେ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଏହି କୋଚିଂ ସେଣ୍ଟରକୁ ସିଲ୍ କରାଯାଇ ତଦନ୍ତ ଆରମ୍ଭ ହୋଇଛି।




