ଦିଲ୍ଲୀରେ ଚିତାବାଘ ଆକ୍ରମଣରେ ୫ ଆହତ

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ୱାଜିରାବାଦର ଏକ ଗାଁରେ ଆଜି ସକାଳେ ଏକ ଚିତାବାଘ ଆକ୍ରମଣରେ ଅତି କମ୍ରେ ୫ ଜଣ ଲୋକ ଆହତ ହୋଇଛନ୍ତି। ଏଥିପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପରେ ଚିତାବାଘକୁ କାବୁ କରାଯାଇଥିଲା ବୋଲି ଦିଲ୍ଲୀ ଅଗ୍ନିଶମ ସେବା ମୁଖ୍ୟ ଅତୁଲ ଗର୍ଗ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଜଗତ୍ପୁର ଗ୍ରାମର ଏକ ଘର ଛାତ ଉପରୁ ଡେଇଁ ଚିତାବାଘଟି ଆଉ ଏକ ଘରେ ପଶିଯାଇଥିଲା। ପରେ ତାକୁ […]

Samaya Live Picture
Published On

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ୱାଜିରାବାଦର ଏକ ଗାଁରେ ଆଜି ସକାଳେ ଏକ ଚିତାବାଘ ଆକ୍ରମଣରେ ଅତି କମ୍ରେ ୫ ଜଣ ଲୋକ ଆହତ ହୋଇଛନ୍ତି। ଏଥିପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପରେ ଚିତାବାଘକୁ କାବୁ କରାଯାଇଥିଲା ବୋଲି ଦିଲ୍ଲୀ ଅଗ୍ନିଶମ ସେବା ମୁଖ୍ୟ ଅତୁଲ ଗର୍ଗ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଜଗତ୍ପୁର ଗ୍ରାମର ଏକ ଘର ଛାତ ଉପରୁ ଡେଇଁ ଚିତାବାଘଟି ଆଉ ଏକ ଘରେ ପଶିଯାଇଥିଲା। ପରେ ତାକୁ ଏକ କୋଠରିରେ ବନ୍ଦ କରି ଦିଆଯାଇଥିଲା। ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ଚିତାବାଘକୁ କିଛି ଲୋକ ପିଛା କରୁଛନ୍ତି । ଅନ୍ୟମାନେ ଭୟଭୀତ ହୋଇ ଦୌଡୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। ଦିଲ୍ଲୀ ଦମକଳ ବାହିନୀର ସୂଚନା ଅନୁଯାୟୀ, ସକାଳ ପ୍ରାୟ ୬ଟା ୨୦ରେ ଏହି ଘଟଣା ସମ୍ପର୍କରେ ସୂଚନା ମିଳିଥିଲା ଏବଂ ଘଟଣାସ୍ଥଳକୁ ଦୁଇଟି ଦମକଳ ଗାଡ଼ି ପଠାଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଧିକାରୀମାନେ ଚିତାବାଘକୁ ଏକ କୋଠରିରେ ବନ୍ଦ କରି ଦେଇଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଦିଲ୍ଲୀ ଅଗ୍ନିଶମ ସେବା (ଡିଏଫ୍ଏସ୍) ମୁଖ୍ୟ ଅତୁଲ ଗର୍ଗ କହିଛନ୍ତି।

Tags: