ଦିଲ୍ଲୀରେ ଚମ୍ପାଇ ସୋରେନ, ବିଜେପିରେ ଯୋଗ ଦେବା ଚର୍ଚ୍ଚା ଜୋର ଧରିଲା

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି । ଏଥିସହ ତାଙ୍କ ବିଜେପିରେ ଯୋଗ ଦେବା ଚର୍ଚ୍ଚା ଜୋର୍‌ ଧରିଛି। ସୋରେନ ତାଙ୍କ ଭବିଷ୍ୟତ ରାଜନୈତିକ କାର୍ଯ୍ୟପନ୍ଥା ସଂପର୍କରେ ଆଭିମୁଖ୍ୟ ଜଣାଇଛନ୍ତି। ସେ କହିଛନ୍ତି ଯେ ମୋତେ ଦଳରେ ଘୋର ଅପମାନିତ କରାଯାଇଛି ଏବଂ ବିକଳ୍ପ ଚିନ୍ତା କରିବାକୁ ବାଧ୍ୟ କରାଯାଇଛି। ଏଭଳି ପରିସ୍ଥିତିରେ ମୁଁ ରାଜନୀତିରୁ ସନ୍ନ୍ୟାସ ନେଇପାରେ କିମ୍ବା କୌଣସି ନୂଆ ଦଳ ଗଠନ କରିପାରେ ବୋଲି ସେ କହିଛନ୍ତି। […]

Samaya Live Picture
Published On

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି । ଏଥିସହ ତାଙ୍କ ବିଜେପିରେ ଯୋଗ ଦେବା ଚର୍ଚ୍ଚା ଜୋର୍‌ ଧରିଛି। ସୋରେନ ତାଙ୍କ ଭବିଷ୍ୟତ ରାଜନୈତିକ କାର୍ଯ୍ୟପନ୍ଥା ସଂପର୍କରେ ଆଭିମୁଖ୍ୟ ଜଣାଇଛନ୍ତି। ସେ କହିଛନ୍ତି ଯେ ମୋତେ ଦଳରେ ଘୋର ଅପମାନିତ କରାଯାଇଛି ଏବଂ ବିକଳ୍ପ ଚିନ୍ତା କରିବାକୁ ବାଧ୍ୟ କରାଯାଇଛି। ଏଭଳି ପରିସ୍ଥିତିରେ ମୁଁ ରାଜନୀତିରୁ ସନ୍ନ୍ୟାସ ନେଇପାରେ କିମ୍ବା କୌଣସି ନୂଆ ଦଳ ଗଠନ କରିପାରେ ବୋଲି ସେ କହିଛନ୍ତି। ଏହା ସହିତ ଅନ୍ୟ କୌଣସି ଦଳରେ ସାମିଲ ହେବାପାଇଁ ମଧ୍ୟ ସେ ବିକଳ୍ପ ଖୋଲା ରଖିଛନ୍ତି ବୋଲି ଚମ୍ପାଇ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି। ସୂଚନାଯୋଗ୍ୟ, ଚମ୍ପାଇ ଆଜି ଦିଲ୍ଲୀ ଆସିବା ପରେ ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଅଛନ୍ତି ବୋଲି କୁହାଯାଉଛି।

Tags: