ଦିଲ୍ଲୀରେ ଗୁଳିକାଣ୍ଡ ଜଣେ ମୃତ; ୩ ନାବାଳକ ଗିରଫ

ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀର କବୀର ନଗର ଅଞ୍ଚଳରେ ଏକ ଗୁଳିକାଣ୍ଡ ହୋଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨ ଜଣ ଆହତ ହୋଇଛନ୍ତି। ଏକ ମୋଟରସାଇକେଲ୍‌ରେ ୩ ଜଣ ବ୍ୟକ୍ତି ଆସି ୩ ଜଣ ବନ୍ଧୁଙ୍କ ଉପରକୁ ଗୁଳି ଚଳାଇଥିଲେ। ମିଳିଥିବା ସୂଚନାନୁଯାୟୀ ନଦୀମ ଏବଂ ତାଙ୍କ ୨ ସହଯୋଗୀ ଗତକାଲି ରାତିରେ ଖାଦ୍ୟ ପାଇଁ ଯାଉଥିବେଳେ ହଠାତ୍‌ ୩ ଜଣ ବ୍ୟକ୍ତି ଏକ ବାଇକ୍‌ରେ ଆସି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ନଦୀମଙ୍କ ଦେହରେ […]

Samaya Live Picture
Published On

ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀର କବୀର ନଗର ଅଞ୍ଚଳରେ ଏକ ଗୁଳିକାଣ୍ଡ ହୋଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨ ଜଣ ଆହତ ହୋଇଛନ୍ତି। ଏକ ମୋଟରସାଇକେଲ୍‌ରେ ୩ ଜଣ ବ୍ୟକ୍ତି ଆସି ୩ ଜଣ ବନ୍ଧୁଙ୍କ ଉପରକୁ ଗୁଳି ଚଳାଇଥିଲେ। ମିଳିଥିବା ସୂଚନାନୁଯାୟୀ ନଦୀମ ଏବଂ ତାଙ୍କ ୨ ସହଯୋଗୀ ଗତକାଲି ରାତିରେ ଖାଦ୍ୟ ପାଇଁ ଯାଉଥିବେଳେ ହଠାତ୍‌ ୩ ଜଣ ବ୍ୟକ୍ତି ଏକ ବାଇକ୍‌ରେ ଆସି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ନଦୀମଙ୍କ ଦେହରେ ଏକାଧିକ ଗୁଳି ବାଜିଥିବାବେଳେ ତାଙ୍କର ଅନ୍ୟ ୨ ବନ୍ଧୁଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା। ଆକ୍ରମଣକାରୀ ଘଟଣାସ୍ଥଳ ଛାଡ଼ି ଯିବା ପୂର୍ବରୁ ୭ ରାଉଣ୍ଡ୍‌ ଗୁଳି ଚଳାଇଥିଲେ। ସ୍ଥାନୀୟ ଲୋକମାନେ ଗୁଳିଶବ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲ ଦେଇଥିଲେ। କିନ୍ତୁ ସେଠାରେ ନଦୀମଙ୍କର ମୃତ୍ୟୁ ହୋଇଗଲା। ତାଙ୍କର ଅନ୍ୟ ୨ ବନ୍ଧୁଙ୍କୁ ଅବସ୍ଥା ଗୁରୁତର ଥିବାବେଳେ ସେମାନଙ୍କର ଚିକିତ୍ସା ଚାଲିଛି। ପୁଲିସ ଏକ ହତ୍ୟା ଏବଂ ହତ୍ୟା ଉଦ୍ୟମ ମାମଲା ନେଇ ତଦନ୍ତ ଚଳାଇଛି। ପୁଲିସ ଏହି ଘଟଣାରେ ୩ ନାବାଳକଙ୍କୁ ଗିରଫ କରିଛି।

Tags: