ଦିଲ୍ଲୀରେ ଖୋଲାଖୋଲି ବାଣ ବିକ୍ରି ହେଉଛି; ପ୍ରଦୁଷଣ ନିୟନ୍ତ୍ରଣ ପାଇଁ ୧୦ ହଜାର ସ୍ବେଚ୍ଛାସେବୀ ମୁତୟନ
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଦିଲ୍ଲୀରେ ବାୟୁର ମାନ ଅତି ଖରାପ୍ ହେବାରେ ଲାଗିଛି। ଦିଲ୍ଲୀରେ ବାଣ ପ୍ରସ୍ତୁତି, ବାଣ ବିକ୍ରି ଏବଂ ବାଣ ବ୍ୟବହାର ଉପରେ କଟକଣା ଲାଗିଛି। କିନ୍ତୁ ଏସବୁ କେବଳ ଲୋକ ଦେଖାଣିଆ। ବାସ୍ତବ କଥା ହେଉଛି ଦିଲ୍ଲୀରେ ବାଣ କଟକଣା ସତ୍ତ୍ବେ ଏଠାରେ ଖୋଲାଖୋଲି ବାଣ ବିକ୍ରି ହେଉଛି ଏବଂ ପଡ଼ୋଶୀ ରାଜ୍ୟରୁ ବାଣ ଚୋରା କାରବାର ଚାଲିଛି ବୋଲି ଆପ୍ ମନ୍ତ୍ରୀ ଗୋପାଳ ରାୟ ଅଭିଯୋଗ କରିଛନ୍ତି। ମନ୍ତ୍ରୀ ଗୋପାଳ ରାୟ […]
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଦିଲ୍ଲୀରେ ବାୟୁର ମାନ ଅତି ଖରାପ୍ ହେବାରେ ଲାଗିଛି। ଦିଲ୍ଲୀରେ ବାଣ ପ୍ରସ୍ତୁତି, ବାଣ ବିକ୍ରି ଏବଂ ବାଣ ବ୍ୟବହାର ଉପରେ କଟକଣା ଲାଗିଛି। କିନ୍ତୁ ଏସବୁ କେବଳ ଲୋକ ଦେଖାଣିଆ। ବାସ୍ତବ କଥା ହେଉଛି ଦିଲ୍ଲୀରେ ବାଣ କଟକଣା ସତ୍ତ୍ବେ ଏଠାରେ ଖୋଲାଖୋଲି ବାଣ ବିକ୍ରି ହେଉଛି ଏବଂ ପଡ଼ୋଶୀ ରାଜ୍ୟରୁ ବାଣ ଚୋରା କାରବାର ଚାଲିଛି ବୋଲି ଆପ୍ ମନ୍ତ୍ରୀ ଗୋପାଳ ରାୟ ଅଭିଯୋଗ କରିଛନ୍ତି। ମନ୍ତ୍ରୀ ଗୋପାଳ ରାୟ ଏନେଇ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କ ପାଖକୁ ଚିଠି ଲେଖିଛନ୍ତି। ଦିଲ୍ଲୀରେ ବାଣ ନିଷିଦ୍ଧ ନିୟମର ଉଲ୍ଳଂଘନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସେ ଉପରାଜ୍ୟପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି। ଚିଠିରେ ମନ୍ତ୍ରୀ ରାୟ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ପୁଲିସ ଜାଣିବାରେ ଦିଲ୍ଲୀକୁ ପଡ଼ୋଶୀ ରାଜ୍ୟରୁ ବାଣ ଚୋରା କାରବାର ଚାଲିଛି। କଟକଣା ସତ୍ତ୍ବେ ଦିଲ୍ଲୀରେ ଦୋକାନ ବଜାର ଗୁଡ଼ିକରେ ବାଣ ଖୋଲାଖୋଲି ବିକ୍ରି ହେଉଛି। ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୧୪ ତାରିଖରେ ଦିଲ୍ଲୀ ସରକାର ଦିଲ୍ଳୀରେ ବାଣ ପ୍ରସ୍ତୁତି, ବାଣ ବିକ୍ରି ଏବଂ ବାଣ ବ୍ୟବହାର ଉପରେ କଟକଣା ଲଗାଇଥିଲେ। ଏହି କଟକଣା ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ସରକାର ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷେ ଦିଲ୍ଲୀରେ ପ୍ରଦୂଷଣ ମୁକାବିଲା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଦିଲ୍ଲୀରେ ବିଭିନ୍ନ ସଂସ୍ଥା ଗୁଡ଼ିକରେ ୧୦ ହଜାର ସ୍ବେଚ୍ଛାସେବୀଙ୍କୁ ମୁତୟନ କରିବାକୁ ଘୋଷଣା କରିଛନ୍ତି। ଏହି ସ୍ବେଚ୍ଛାସେବୀମାନେ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ଗ୍ରହଣ ହେଉଥିବା ବିଭିନ୍ନ କାର୍ଯ୍ୟପନ୍ଥା ପାଇଁ ସହଯୋଗ କରିବେ। ସେମାନେ ବିଭିନ୍ନ ପ୍ରଦୁଷଣ ହଟ୍ସ୍ପଟ୍ ଯାଞ୍ଚ୍ କରିବେ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ସଂକ୍ରାନ୍ତରେ ଜନ ସଚେତନତା ବୃଦ୍ଧି କରିବେ।




