ଦିଲ୍ଲୀରେ କେଜ୍ରିୱାଲଙ୍କ ପତ୍ନୀଙ୍କ ବିଶାଳ ରୋଡସୋ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ଜଣେ ସିଂହ ଏବଂ କେହି ବି ତାଙ୍କୁ ଭାଙ୍ଗି ପାରିବେନି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିଜା କେଜ୍ରିୱାଲ କହିଛନ୍ତି। ଆପର ପୂର୍ବ ଦିଲ୍ଲୀ ପ୍ରାର୍ଥୀଙ୍କ ପାଇଁ ଆଜି ଏକ ବିଶାଳ ରୋଡସୋ କରିଛନ୍ତି ସୁନିତା କେଜ୍ରିୱାଲ। ଏକ ଖୋଲା ଗାଡ଼ିରେ ସୁନିତା କେଜ୍ରିୱାଲ ଆଜି ହାତ ଯୋଡ଼ି ପୂର୍ବ ଦିଲ୍ଲୀ ନିର୍ବାଚନମଣ୍ଡଳୀର କୋଣ୍ଡଲି ଅଞ୍ଚଳ ଭୋଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୁନିତା କହିଛନ୍ତି, ଦିଲ୍ଲୀ […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ଜଣେ ସିଂହ ଏବଂ କେହି ବି ତାଙ୍କୁ ଭାଙ୍ଗି ପାରିବେନି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିଜା କେଜ୍ରିୱାଲ କହିଛନ୍ତି। ଆପର ପୂର୍ବ ଦିଲ୍ଲୀ ପ୍ରାର୍ଥୀଙ୍କ ପାଇଁ ଆଜି ଏକ ବିଶାଳ ରୋଡସୋ କରିଛନ୍ତି ସୁନିତା କେଜ୍ରିୱାଲ। ଏକ ଖୋଲା ଗାଡ଼ିରେ ସୁନିତା କେଜ୍ରିୱାଲ ଆଜି ହାତ ଯୋଡ଼ି ପୂର୍ବ ଦିଲ୍ଲୀ ନିର୍ବାଚନମଣ୍ଡଳୀର କୋଣ୍ଡଲି ଅଞ୍ଚଳ ଭୋଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୁନିତା କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜେଲ୍ ହୋଇଛି କାରଣ ସେ ସ୍କୁଲ୍ ନିର୍ମାଣ କରିଛନ୍ତି , ମାଗଣା ବିଦ୍ୟୁତ ଯୋଗାଣ କରିଛନ୍ତି ଏବଂ ମୋହଲ୍ଲା କ୍ଲିନିକ ଖୋଲିଛନ୍ତି। ସୁନିତା କହିଛନ୍ତି, ଏକଛତ୍ରବାଦ ହଟାଇବାପାଇଁ ଏବଂ ଗଣତନ୍ତ୍ରକୁ ସୁରକ୍ଷା ଦେବାପାଇଁ ଆମେ ଭୋଟ୍ ଦେବା ବୋଲି ସୁନିତା କେଜ୍ରିୱାଲ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ ଥିବାବେଳେ ତାଙ୍କ ପତ୍ନୀ ସୁନିତା କେଜ୍ରିୱାଲ ଆପର ନିର୍ବାଚନ ପ୍ରଚାର ଏବଂ ରୋଡସୋ ପରିଚାଳନା କରୁଛନ୍ତି।

Tags: