ଦିଲ୍ଲୀରେ କାନ୍ଥ ଭୁଶୁଡ଼ି ୩ ଶିଶୁ ସମେତ ୮ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ଦିଲ୍ଲୀର ଜଇତପୁର ଅଞ୍ଚଳ ସ୍ଥିତ ହରିନଗରରେ କାନ୍ଥ ଭୁଶୁଡ଼ି ୨ ଶିଶୁଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସ୍କ୍ରାପ୍ ବିକ୍ରେତା। ସେମାନେ ଏକ ବସ୍ତିରେ ରହୁଥିଲେ। ଏକ ପୁରୁଣା ମନ୍ଦିରକୁ ଲାଗିଥିବା ଏକ କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ୮ ଜଣଙ୍କୁ ପ୍ରଥମେ ସଫଦରଜଙ୍ଗ ଏବଂ ପରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସମସ୍ତଙ୍କର […]
ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ଦିଲ୍ଲୀର ଜଇତପୁର ଅଞ୍ଚଳ ସ୍ଥିତ ହରିନଗରରେ କାନ୍ଥ ଭୁଶୁଡ଼ି ୨ ଶିଶୁଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସ୍କ୍ରାପ୍ ବିକ୍ରେତା। ସେମାନେ ଏକ ବସ୍ତିରେ ରହୁଥିଲେ। ଏକ ପୁରୁଣା ମନ୍ଦିରକୁ ଲାଗିଥିବା ଏକ କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ୮ ଜଣଙ୍କୁ ପ୍ରଥମେ ସଫଦରଜଙ୍ଗ ଏବଂ ପରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ହୋଇଯାଇଛି। ମୃତକମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନେ ହେଉଛନ୍ତି ସବିବୁଲ୍ (୩୦), ରବିବୁଲ (୩୦), ମୁଟ୍ଟୁ ଅଲି (୪୫) , ରବିନା (୨୫), ଡଲି (୨୫), ହଶିବୁଲ (୬) , ରୁକ୍ସାନା (୬), ହସିନା (୭)। ଉକ୍ତ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ବରିଷ୍ଠ ପୁଲିସ ଅଫିସର ଐଶ୍ବର୍ଯ୍ୟା ଶର୍ମା କହିଛନ୍ତି, ପୁରୁଣା ମନ୍ଦିର ପାଖରେ ଏକ ପୁରୁଣା ବସ୍ତି ରହିଛି। ଏଠାରେ ସ୍କ୍ରାପ୍ ଡିଲରମାନେ ରହନ୍ତି। ରାତି ତମାମ ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ି ପଡ଼ିଛି। ଭବିଷ୍ୟତରେ ଏଭଳି ଦୁର୍ଘଟଣା ନହେବାପାଇଁ ଆମେ ଏହି ବସ୍ତିକୁ ଖାଲି କରୁଛୁ ବୋଲି ସେ କହିଛନ୍ତି।




