ଦିଲ୍ଲୀରେ ଏନ୍‌ସିପି କାର୍ଯ୍ୟକାରିଣୀ ବୈଠକରେ ଲାଗିଥିବା ପୋଷ୍ଟରରେ ଅଜିତ ପାୱାର ନାହାନ୍ତି

ନୂଆଦିଲ୍ଲୀ : ଦିଲ୍ଲୀରେ ଆଜି ଏନ୍‌ସିପି (ନେସନାଲିଷ୍ଟ କଂଗ୍ରେସ ପାର୍ଟି)ର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅଛି। ଏନ୍‌ସିପି କାର୍ଯ୍ୟକାରିଣୀ ବୈଠକ ପାଇଁ ଲାଗିଥିବା ପୋଷ୍ଟରରେ ଏନ୍‌ସିପି ନେତା ଅଜିତ ପାୱାରଙ୍କ ଫଟୋ ନାହିଁ। ପୋଷ୍ଟରରେ ଦଳର ସଭାପତି ଶରଦ ପାୱାର , ଦଳର କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ ଓ ପ୍ରଫୁଲ ପ‌ଟେଲ ଏବଂ ଅନ୍ୟ ରାଜ୍ୟ ପାଇଁ ଦଳର କାର୍ଯ୍ୟକାରୀ ସଭାପତିଙ୍କ ମୁହଁ ଅଛି କିନ୍ତୁ ଶରଦ ପାୱାରଙ୍କ ମୁହଁ ନାହିଁ। ଦଳର ସାଂଗଠନିକ ପରିବର୍ତ୍ତନ […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀରେ ଆଜି ଏନ୍‌ସିପି (ନେସନାଲିଷ୍ଟ କଂଗ୍ରେସ ପାର୍ଟି)ର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅଛି। ଏନ୍‌ସିପି କାର୍ଯ୍ୟକାରିଣୀ ବୈଠକ ପାଇଁ ଲାଗିଥିବା ପୋଷ୍ଟରରେ ଏନ୍‌ସିପି ନେତା ଅଜିତ ପାୱାରଙ୍କ ଫଟୋ ନାହିଁ। ପୋଷ୍ଟରରେ ଦଳର ସଭାପତି ଶରଦ ପାୱାର , ଦଳର କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ ଓ ପ୍ରଫୁଲ ପ‌ଟେଲ ଏବଂ ଅନ୍ୟ ରାଜ୍ୟ ପାଇଁ ଦଳର କାର୍ଯ୍ୟକାରୀ ସଭାପତିଙ୍କ ମୁହଁ ଅଛି କିନ୍ତୁ ଶରଦ ପାୱାରଙ୍କ ମୁହଁ ନାହିଁ। ଦଳର ସାଂଗଠନିକ ପରିବର୍ତ୍ତନ ହେବାପରେ ଏନସିପିର ପୋଷ୍ଟରରୁ ଅଜିତ ପାୱାର ବାଦ୍‌ ପଡ଼ିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଅଜିତ ପାୱାର ନିକଟ‌ରେ ଏକ ଅନୁରୋଧ କରି କହିଥିଲେ ଯେ ତାଙ୍କୁ ଏନ୍‌ସିପି ସଂଗଠନରେ କିଛି ଦାୟିତ୍ବ ଦିଆଯାଉ। ସେ ବିରୋଧୀ ଦଳ ନେତା ପଦ ଚାହାନ୍ତିନି। ଉକ୍ତ ଘଟଣାରେ ଶରଦ ପାୱାର କହିଥିଲେ ଯେ ଏଭଳି ନିଷ୍ପତ୍ତି କୌଣସି ଜଣେ ବ୍ୟକ୍ତି ନେଇପାରିବେନି। ପ୍ରମୁଖ ଦଳୀୟ ନେତାମାନେ ଏ‌ସଂକ୍ରାନ୍ତ‌ରେ ନିଷ୍ପତ୍ତି ନେବେ।

Tags: