ଦିଲ୍ଲୀରେ ଏନକାଉଣ୍ଟର ପରେ ୨ ଖଲିସ୍ତାନୀ ଆତଙ୍କବାଦୀ ସହଯୋଗୀ ଗିରଫ, ପଂଜାବୀ ଗାୟକଙ୍କୁ ହତ୍ୟା ଯୋଜନା କରିଥିଲେ

ନୂଆଦିଲ୍ଲୀ: କାନାଡ଼ାର ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ଓରଫ ଅର୍ଶ ଦଲ୍ଲା ପାଇଁ କାମ କରୁଥିବା ୨ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ଶାଖା ଆଜି ଗିରଫ କରିଛି। ଦିଲ୍ଲୀରେ ଏକ ଏନକାଉଣ୍ଟର ପୁଲିସ ଉକ୍ତ ୨ ଆତଙ୍କବାଦୀ ରାଜପ୍ରୀତ ସିଂହ ଓରଫ ରାଜା (୨୫) ଏବଂ ବୀରେନ୍ଦ୍ର ସିଂହ ଓରଫ ଭିମ୍ମି (୨୨)ଙ୍କୁ ଗିରଫ କରିଛି। ପୂର୍ବ ଦିଲ୍ଲୀର ମୟୁର ବିହାର ଅଞ୍ଚଳରେ ପୁଲିସ ଏବଂ ଅର୍ଶଦୀପର ୨ ସହଯୋଗୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଉଭୟ […]

Samaya Live Picture
Published On

ନୂଆଦିଲ୍ଲୀ: କାନାଡ଼ାର ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ଓରଫ ଅର୍ଶ ଦଲ୍ଲା ପାଇଁ କାମ କରୁଥିବା ୨ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ଶାଖା ଆଜି ଗିରଫ କରିଛି। ଦିଲ୍ଲୀରେ ଏକ ଏନକାଉଣ୍ଟର ପୁଲିସ ଉକ୍ତ ୨ ଆତଙ୍କବାଦୀ ରାଜପ୍ରୀତ ସିଂହ ଓରଫ ରାଜା (୨୫) ଏବଂ ବୀରେନ୍ଦ୍ର ସିଂହ ଓରଫ ଭିମ୍ମି (୨୨)ଙ୍କୁ ଗିରଫ କରିଛି। ପୂର୍ବ ଦିଲ୍ଲୀର ମୟୁର ବିହାର ଅଞ୍ଚଳରେ ପୁଲିସ ଏବଂ ଅର୍ଶଦୀପର ୨ ସହଯୋଗୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଉଭୟ ରାଜପ୍ରୀତ ଏବଂ ବୀରେନ୍ଦ୍ର ପୁଲିସ ଉପରକୁ ୫ ରାଉଣ୍ଟ୍ ଗୁଳି ଚଳାଇଥିଲେ। ସେଥିରୁ ୨ଟି ଗୁଳି ପୁଲିସ ଅଫିସରଙ୍କ ବୁଲେଟପ୍ରୁଫ୍ ଜାକେଟରେ ବାଜିଥିଲା। ପୁଲିସ ମଧ୍ୟ ସେମାନଙ୍କ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିଲା। ଗୁଳି ବିନିମୟ ସମୟରେ ଭିମ୍ମି ଆହତ ହୋଇଛି। ଉଭୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପଂଜାବୀ ଗାୟକ ଏଲ୍ଲି ମଙ୍ଗତଙ୍କୁ ହତ୍ୟା କରିବାପାଇଁ ସେମାନେ ଯୋଜନା କରିଥିଲେ। ୨ ଅଭିଯୁକ୍ତଙ୍କ ନିକଟରୁ ପଏଣ୍ଟ୍ ୪୫ ଏମଏମ୍ ରିଭଲଭର ସହ ୬ଟି ଲାଇଭ କାଟ୍ରିଜ୍, ୩୦ ଏମଏମ୍ ପିସ୍ତଲ ଏବଂ ୭ଟି ଲାଇଭ କାଟ୍ରିଜ୍, ଏକ ହାଣ୍ଡ୍ ଗ୍ରେନେଡ ଏବଂ ଏକ ଚୋରି ବାଇକ୍ ଜବତ ହୋଇଛି।

Tags: