ଦିଲ୍ଲୀରେ ଅସମୟରେ ଘନ କୁହୁଡ଼ି

ନୂଆଦିଲ୍ଲୀ : ବର୍ଷର ସବୁଠାରୁ ଗରମ ମାସର ଚତୁର୍ଥ ଦିନରେ ଆଜି ଦିଲ୍ଲୀରେ ଘନ କୁହୁଡ଼ି ଦେଖାଦେଇଛି। ଅସମୟରେ ଦିଲ୍ଲୀରେ ଏଭଳି ଘନ କୁହୁଡ଼ି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଲଗାତାର ୨ ଦିନ ଧରି ଦିଲ୍ଲୀରେ ବର୍ଷା ହେବାପରେ ଆଜି ଦିଲ୍ଲୀ-ଏନ୍ସିଆର ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଛି। ଆଜି ସକାଳେ ଦିଲ୍ଲୀ ସହରରେ ରାସ୍ତା ଘାଟରେ ଖୁବ୍ କମ୍ ଦୃଶ୍ୟମାନ ହେଉଥିଲା। ଦିଲ୍ଲୀରେ ଏଭଳି ଅବିଶ୍ବସନୀୟ ପାଗ ଦେଖି ଦିଲ୍ଲୀ ଏନସିଆର ବାସିନ୍ଦା ନିଜ ଶୀତ ବସ୍ତ୍ର […]

Samaya Live Picture
Published On

ନୂଆଦିଲ୍ଲୀ : ବର୍ଷର ସବୁଠାରୁ ଗରମ ମାସର ଚତୁର୍ଥ ଦିନରେ ଆଜି ଦିଲ୍ଲୀରେ ଘନ କୁହୁଡ଼ି ଦେଖାଦେଇଛି। ଅସମୟରେ ଦିଲ୍ଲୀରେ ଏଭଳି ଘନ କୁହୁଡ଼ି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଲଗାତାର ୨ ଦିନ ଧରି ଦିଲ୍ଲୀରେ ବର୍ଷା ହେବାପରେ ଆଜି ଦିଲ୍ଲୀ-ଏନ୍ସିଆର ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଛି। ଆଜି ସକାଳେ ଦିଲ୍ଲୀ ସହରରେ ରାସ୍ତା ଘାଟରେ ଖୁବ୍ କମ୍ ଦୃଶ୍ୟମାନ ହେଉଥିଲା। ଦିଲ୍ଲୀରେ ଏଭଳି ଅବିଶ୍ବସନୀୟ ପାଗ ଦେଖି ଦିଲ୍ଲୀ ଏନସିଆର ବାସିନ୍ଦା ନିଜ ଶୀତ ବସ୍ତ୍ର ପିନ୍ଧିବାପାଇଁ ବାଧ୍ୟ ହୋଇଛନ୍ତି। ଦୀର୍ଘ ୪ ଦଶନ୍ଧିରେ ଚଳିତ ମେ’ରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୫.୮ ଡିଗ୍ରି ରହିଛି। ଶେଷ ଥର ପାଇଁ ୧୯୮୨ ମେ’ ୨ରେ ଦିଲ୍ଲୀରେ ଏହି ସମାନ ତାପମାତ୍ରା ଥିଲା। ଦିଲ୍ଲୀରେ ଆସନ୍ତା ୫ ଦିନ ମଧ୍ୟରେ ବର୍ଷା ଏବଂ କୁଆପଥର ବର୍ଷା ହେବ ବୋଲି ଆଇଏମ୍ଡି ଆକଳନ କରିଛି। ଟ୍ବିଟର ୟୁଜରମାନେ ଏବେ ଦିଲ୍ଲୀ ଏନସିଆରର ଘନ କୁହୁଡ଼ିକୁ ଟ୍ବିଟରରେ ସେୟାର କରିଛନ୍ତି। ଅନେକ ଟ୍ବିଟର ୟୁଜର କହିଛନ୍ତି, ଦିଲ୍ଲୀରେ ଶୀତ ଫେରିଲା ଭଳି ଲାଗୁଛି। ଜଣେ ୟୁଜର କହିଛନ୍ତି, ଜନ୍ମରୁ ଏଯାଏଁ ମେ’ ମାସରେ ଏମିତି ପାଗ ଦେଖିନଥିଲି।

Tags: