ଦିଲ୍ଲୀରୁ ହାଇ ପ୍ରୋଫାଇଲ୍‌ ଚୋର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀରୁ ଏକ ହାଇ ‌ପ୍ରୋଫାଇଲ ଚୋର ଗିରଫ ହୋଇଛି। ଏହି ହାଇ ପ୍ରୋଫାଇଲ୍‌ ଚୋରର ନାଁ ମନୋଜ ଚୌବେ। ନେପାଳରେ ତା’ର ହୋଟେଲ ଅଛି ଏବଂ ଭାରତରେ ବିଭିନ୍ନ ସ୍ଥାନରେ ସମ୍ପତ୍ତି ଅଛି। ୪୮ ବର୍ଷୀୟ ମନୋଜର ୨ଟି ପତ୍ନୀ। ଜଣେ ଲକ୍ଷ୍ନୌରେ ଏବଂ ଅନ୍ୟ ଜଣେ ଦିଲ୍ଲୀରେ ରହନ୍ତି। ମନୋଜ ଚୋର ବୋଲି ସେମାନେ କେହି ଜାଣିନାହାନ୍ତି। ଉତ୍ତରପ୍ରଦେଶ ସିଦ୍ଧାର୍ଥ ନଗରର ଚୌବେ ଚୋରି କରିବାପାଇଁ ୧୯୯୭ରେ ଦିଲ୍ଲୀ ଆସିଥିଲା। ପ୍ରମୁଖ ଅଂଚଳରେ […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀରୁ ଏକ ହାଇ ‌ପ୍ରୋଫାଇଲ ଚୋର ଗିରଫ ହୋଇଛି। ଏହି ହାଇ ପ୍ରୋଫାଇଲ୍‌ ଚୋରର ନାଁ ମନୋଜ ଚୌବେ। ନେପାଳରେ ତା’ର ହୋଟେଲ ଅଛି ଏବଂ ଭାରତରେ ବିଭିନ୍ନ ସ୍ଥାନରେ ସମ୍ପତ୍ତି ଅଛି। ୪୮ ବର୍ଷୀୟ ମନୋଜର ୨ଟି ପତ୍ନୀ। ଜଣେ ଲକ୍ଷ୍ନୌରେ ଏବଂ ଅନ୍ୟ ଜଣେ ଦିଲ୍ଲୀରେ ରହନ୍ତି। ମନୋଜ ଚୋର ବୋଲି ସେମାନେ କେହି ଜାଣିନାହାନ୍ତି। ଉତ୍ତରପ୍ରଦେଶ ସିଦ୍ଧାର୍ଥ ନଗରର ଚୌବେ ଚୋରି କରିବାପାଇଁ ୧୯୯୭ରେ ଦିଲ୍ଲୀ ଆସିଥିଲା। ପ୍ରମୁଖ ଅଂଚଳରେ ଥିବା ଘରଗୁଡ଼ିକୁ ମ‌ନୋଜ ଚୌବେ ଟାର୍ଗେଟ୍‌ କରିଥାଏ। ସେ ୨୦୦ରୁ ଅଧିକ ଚୋରି କରିଥିବା ସ୍ବୀକାର କରିଛି। ଚୋରି ଟଙ୍କାରେ ସେ ନେପାଳରେ ଗୋଟିଏ ହୋଟେଲ୍‌ କରିଛି ଏବଂ ଉତ୍ତରପ୍ରଦେଶରେ ଏକ ଗେଷ୍ଟ୍‌ ହାଉସ କିଣିଛି। ଏହି ସମାନ ଅଞ୍ଚଳରେ ସେ ଏକ ଜମି କିଣି ଏହାକୁ ମାସିକ ୨ ଲକ୍ଷ ଟଙ୍କା ଲିଜ୍‌ରେ ଏକ ହସ୍ପିଟାଲ୍‌କୁ ଦେଇଛି। ଦିଲ୍ଲୀ ପୁଲିସ ହାତରେ ସେ ୯ ଥର ଗିରଫ ହୋଇଛି। କିନ୍ତୁ ପ୍ରତି ଥର ସେ ଖସି ଯାଇଛି। ତେବେ ଗତ ସୋମବାର ଦିନ ପିଲ୍ଲୀ ପୁଲିସ ମନୋଜ ଚୌବେକୁ କରୱଲ ନଗରରୁ ତାକୁ ଗିରଫ କରିଛି।

Tags: