ଦିଲ୍ଲୀରୁ ଜଣେ ଛାତ୍ରଙ୍କୁ ଅପହରଣ କରି ୟୁପିରେ ହତ୍ୟା କଲେ ଅଭିଯୁକ୍ତ
ନୂଆଦିଲ୍ଲୀ: ଦିଲ୍ଲୀ ୟୁନିଭର୍ସିଟିର ସ୍କୁଲ୍ ଅଫ୍ ଓପନ ଲର୍ଣ୍ଣିଂର ଜଣେ ଦ୍ବିତୀୟ ବର୍ଷର ‘ବିଏ’ ଛାତ୍ରଙ୍କୁ ହତ୍ୟା କରାଯାଇଛି। ଛାତ୍ରଙ୍କୁ ଉତ୍ତରପୂର୍ବ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନ ନିକଟରୁ ଅପହରଣ କରିନେଇ ଉତ୍ତରପ୍ରଦେଶର ବାଗପତରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଥିବା ଛାତ୍ରଙ୍କ ନାଁ ହିମାଂଶୁ ଶର୍ମା। ପୁଲିସ ଏହି ମାମଲାରେ ୭ ଜଣଙ୍କ ବିରୋଧରେ ଏତଲା ରୁଜୁ କରିଛି। ପୁଲିସ ସୂଚନା ଅନୁଯାୟୀ ହିମାଂଶୁ ଉତ୍ତରପ୍ରଦେଶ ବାଗପତର ଜଣେ ୧୯ ବର୍ଷର […]
ନୂଆଦିଲ୍ଲୀ: ଦିଲ୍ଲୀ ୟୁନିଭର୍ସିଟିର ସ୍କୁଲ୍ ଅଫ୍ ଓପନ ଲର୍ଣ୍ଣିଂର ଜଣେ ଦ୍ବିତୀୟ ବର୍ଷର ‘ବିଏ’ ଛାତ୍ରଙ୍କୁ ହତ୍ୟା କରାଯାଇଛି। ଛାତ୍ରଙ୍କୁ ଉତ୍ତରପୂର୍ବ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନ ନିକଟରୁ ଅପହରଣ କରିନେଇ ଉତ୍ତରପ୍ରଦେଶର ବାଗପତରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଥିବା ଛାତ୍ରଙ୍କ ନାଁ ହିମାଂଶୁ ଶର୍ମା। ପୁଲିସ ଏହି ମାମଲାରେ ୭ ଜଣଙ୍କ ବିରୋଧରେ ଏତଲା ରୁଜୁ କରିଛି। ପୁଲିସ ସୂଚନା ଅନୁଯାୟୀ ହିମାଂଶୁ ଉତ୍ତରପ୍ରଦେଶ ବାଗପତର ଜଣେ ୧୯ ବର୍ଷର ଯୁବତୀଙ୍କୁ ଦୁଷ୍କର୍ମ କରି ତାଙ୍କୁ ବ୍ଲାକମେଲ୍ କରୁଥିଲେ ବୋଲି ଅଭିଯୋଗ ହୋଇଛି। ଉକ୍ତ ମହିଳାଙ୍କ ପରିବାର ସଦସ୍ୟ ହିମାଂଶୁଙ୍କୁ ଅପହରଣ କରିନେଇ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ୨୦ ବର୍ଷୀୟ ହିମାଂଶୁଙ୍କ ମା’ ରଜନୀ ଶର୍ମା କହିଛନ୍ତି ତାଙ୍କ ପୁଅ ବିରୋଧରେ ଆସିଥିବା ଅଭିଯୋଗ ମିଛ। ପୁଲିସ ମାମଲାରେ ଉକ୍ତ ଯୁବତୀଙ୍କ ମା’ଙ୍କ ସମେତ ତାଙ୍କ ପରିବାରର ୭ ଜଣଙ୍କ ବିରୋଧରେ ଏତଲା ରୁଜୁ କରିଛି।




