ଦିନେ ମଦ ବିରୋଧରେ ସ୍ବର ଉତ୍ତୋଳନ କରିଥିବା ଅରବିନ୍ଦ କେଜ୍ରିୱାଲ ଆଜି ମଦ ନୀତି ତିଆରି କରୁଛନ୍ତି : ଆନ୍ନା ହଜାରେ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହେବା ପ୍ରସଙ୍ଗରେ ଟିପ୍ପଣୀ ରଖି ସାମାଜିକ କର୍ମୀ ଆନ୍ନା ହଜାରେ ଆଜି କହିଛନ୍ତି, ମତେ ଖୁବ୍ ଦୁଃଖ ଲାଗୁଛି ଏହି କାରଣ ପାଇଁ ଯେ ଦିନେ ମଦକୁ ବିରୋଧ କରି ମୋ ସହ କାମ କରୁଥିବା ଅରବିନ୍ଦ କେଜ୍ରିୱାଲ ଆଜି ମଦ ପାଇଁ ନୀତି ତିଆରି କରୁଛନ୍ତି। ଏକ ଭିଡିଓରେ ହଜାରେ ମଧ୍ୟ ଏକଥା କହିଛନ୍ତି ଯେ ଆପ୍ ସୁପ୍ରିମୋ ନିଜ କଲା କର୍ମ ପାଇଁ ଗିରଫ […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହେବା ପ୍ରସଙ୍ଗରେ ଟିପ୍ପଣୀ ରଖି ସାମାଜିକ କର୍ମୀ ଆନ୍ନା ହଜାରେ ଆଜି କହିଛନ୍ତି, ମତେ ଖୁବ୍ ଦୁଃଖ ଲାଗୁଛି ଏହି କାରଣ ପାଇଁ ଯେ ଦିନେ ମଦକୁ ବିରୋଧ କରି ମୋ ସହ କାମ କରୁଥିବା ଅରବିନ୍ଦ କେଜ୍ରିୱାଲ ଆଜି ମଦ ପାଇଁ ନୀତି ତିଆରି କରୁଛନ୍ତି। ଏକ ଭିଡିଓରେ ହଜାରେ ମଧ୍ୟ ଏକଥା କହିଛନ୍ତି ଯେ ଆପ୍ ସୁପ୍ରିମୋ ନିଜ କଲା କର୍ମ ପାଇଁ ଗିରଫ ହୋଇଛନ୍ତି। ହଜାରେ କହିଛନ୍ତି, କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହେବାପରେ ମଦ ନୀତି ଆଣିଥିଲେ। ଏପରିକି ହଜାରେ ଏହି ମଦ ନୀତି ବିରୋଧରେ ତାଙ୍କ ପାଖକୁ ୨ ଥର ଚିଠି ଲେଖିଥିଲେ ମଧ୍ୟ ତାହା ସେ ଶୁଣିନଥିଲେ। ଏବେ ସେ ଗିରଫ ହୋଇଛନ୍ତି। ଆନ୍ନା ହଜାରେ କହିଛନ୍ତି, ସବୁବେଳେ ମୁଁ ଏକଥା କହେ ଯେ ଦେଶର କଲ୍ୟାଣକୁ ମୁଁ ସର୍ବଦା ଆଗରେ ରଖେ। କିନ୍ତୁ ସେମାନେ ତଥା କେଜ୍ରିୱାଲ ଏବଂ ମନୀଷ ସିସୋଦିଆ ଏହାକୁ ମୁଣ୍ଡରେ ରଖନ୍ତିନି। ଆଇନ ଏବଂ ସରକାର ଯାହା ଠିକ୍ ତାହା କରିବେ ବୋଲି ସେ କହିଛନ୍ତି।

Tags: