ଦିନରେ ମୁଲ ଲାଗନ୍ତି, ରାତିରେ ପାଠ ପଢ଼ନ୍ତି

ଶ୍ରୀନଗର: ପୁଲୱାମାର ଉମର ଅହମଦ ଗନାଇ। ବୟସ ୧୯ । ଦିନରେ ୬୦୦ ଟଙ୍କା ପାଇଁ ସେ ମୂଲ ଲାଗନ୍ତି ଏବଂ ରାତିରେ ପାଠ ପଢ଼ନ୍ତି। ଗତ ୨ ବର୍ଷ ଧରି ସେ ତାଙ୍କର ଏହି ସଂଘର୍ଷ ଜାରି ରଖିଥିଲେ। ଶେଷରେ ତାଙ୍କୁ ସଫଳତା ମିଳିଲା। ନିଟ୍‌ ପରୀକ୍ଷାରେ ସେ ୬୦୧ ରୢାଙ୍କ୍‌ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ଖବର ପ୍ରସାରିତ ହେବାପରେ ଏବେ ଅନେକ ସଂଖ୍ୟାରେ ଲୋକ ଉମରଙ୍କ ଘରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। […]

Samaya Live Picture
Published On

ଶ୍ରୀନଗର: ପୁଲୱାମାର ଉମର ଅହମଦ ଗନାଇ। ବୟସ ୧୯ । ଦିନରେ ୬୦୦ ଟଙ୍କା ପାଇଁ ସେ ମୂଲ ଲାଗନ୍ତି ଏବଂ ରାତିରେ ପାଠ ପଢ଼ନ୍ତି। ଗତ ୨ ବର୍ଷ ଧରି ସେ ତାଙ୍କର ଏହି ସଂଘର୍ଷ ଜାରି ରଖିଥିଲେ। ଶେଷରେ ତାଙ୍କୁ ସଫଳତା ମିଳିଲା। ନିଟ୍‌ ପରୀକ୍ଷାରେ ସେ ୬୦୧ ରୢାଙ୍କ୍‌ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ଖବର ପ୍ରସାରିତ ହେବାପରେ ଏବେ ଅନେକ ସଂଖ୍ୟାରେ ଲୋକ ଉମରଙ୍କ ଘରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଉମର କହିଛନ୍ତି, ଗତ ୨ ବର୍ଷ ଅତ୍ୟନ୍ତ କଷ୍ଟଦାୟକ ଥିଲା। ଦିନରେ ମୁଁ ମୂଲ ଲାଗୁଥିଲି ଆଉ ରାତିରେ ପାଠ ପଢ଼ୁଥିଲି। ଆଜି ମୋତେ ମୋ କଠିନ ପରିଶ୍ରମର ଫଳ ମିଳିଛି। ପ୍ରତି ଲୋକଙ୍କୁ ମୁଁ ଏବେ ଗୋଟିଏ ବାର୍ତ୍ତା ଦେବି ଯେ କ‌ଠିନ ପରିଶ୍ରମ କର। ପରିଶ୍ରମ କଲେ ଏହାର ଫଳ କେବେ ବୃଥା ଯାଏନା।

Tags: