ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାରେ ବର୍ଷକୁ ଦୁଇଥର ଯୋଗ ଦେବା ଦରକାର ନାହିଁ: ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବା ଏକ ବିବୃତିରେ କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ଚାହିଲେ ୧୦ମ ଓ ୧୨ଶ ଶ୍ରେଣୀ ପାଇଁ ବର୍ଷକୁ ହେଉଥିବା ଦୁଇଟି ବୋର୍ଡ ପରୀକ୍ଷାରେ ଯୋଗ ଦେଇପାରିବେ। କିନ୍ତୁ ଦୁଇଟି ପରୀକ୍ଷାରେ ଯୋଗ ଦେବା ସେମାନଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ। ଶ୍ରୀ ପ୍ରଧାନ କହିଛନ୍ତି, ଗୋଟିଏ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ରହୁଥିବା ମାନସିକ ଚାପକୁ କମ୍ କରିବା ପାଇଁ ଆଗରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଦୁଇଟି ପରୀକ୍ଷା ଭିତରୁ ଯେଉଁ […]
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବା ଏକ ବିବୃତିରେ କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ଚାହିଲେ ୧୦ମ ଓ ୧୨ଶ ଶ୍ରେଣୀ ପାଇଁ ବର୍ଷକୁ ହେଉଥିବା ଦୁଇଟି ବୋର୍ଡ ପରୀକ୍ଷାରେ ଯୋଗ ଦେଇପାରିବେ। କିନ୍ତୁ ଦୁଇଟି ପରୀକ୍ଷାରେ ଯୋଗ ଦେବା ସେମାନଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ। ଶ୍ରୀ ପ୍ରଧାନ କହିଛନ୍ତି, ଗୋଟିଏ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ରହୁଥିବା ମାନସିକ ଚାପକୁ କମ୍ କରିବା ପାଇଁ ଆଗରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଦୁଇଟି ପରୀକ୍ଷା ଭିତରୁ ଯେଉଁ ପରୀକ୍ଷାରେ ପିଲା ଅଧିକ ନମ୍ବର ରଖିଥିବେ ସେହି ପରୀକ୍ଷାର ଫଳକୁ ବାଛିବାକୁ ସେମାନଙ୍କୁ ସୁଯୋଗ ଦିଆଯାଉଥିଲା। କିନ୍ତୁ ଏହା ଇଚ୍ଛାଧୀନ, ବାଧ୍ୟତାମୂଳକ ନୁହେଁ ବୋଲି ପ୍ରଧାନ କହିଛନ୍ତି। ସେ କହିଛନ୍ତି, ଯଦି ପିଲା ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ ହୋଇଥିବେ ଏବଂ ନିଜ ପ୍ରଥମ ପରୀକ୍ଷାର ଫଳାଫଳରେ ସନ୍ତୁଷ୍ଟ ଥିବେ ତେବେ ସେ ପରବର୍ତ୍ତୀ ପରୀକ୍ଷାରେ ଯୋଗ ଦେବା ବାଧ୍ୟତାମୂଳକ ନୁହେଁ।




