ଦଳ ବିରୋଧରେ ବର୍ଷିଲେ ଉମା ଭାରତୀ , ବୋଧହୁଏ ସେମାନେ ଭୟ କରିଯାଉଛନ୍ତି…
ନୂଆଦିଲ୍ଲୀ: ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କ ଦ୍ବାରା ଶୁଭାରମ୍ଭ ହୋଇଥିବା ଜନ ଆଶୀର୍ବାଦ ଯାତ୍ରାକୁ ନିମନ୍ତ୍ରିତ ହୋଇନଥିବାରୁ ବିଜେପି ନେତ୍ରୀ ଏବଂ ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଆଜି ନିଜ ଦଳ ଉପରେ ତୀବ୍ର ବର୍ଷିଛନ୍ତି। ଉମା ଭାରତୀ କହିଛନ୍ତି, ସେମାନେ ଭୟ କରିଯାଉଛନ୍ତି ଯେ ଯଦି ମୁଁ ସେଠାରେ ରହିବି ତେବେ ଜନସାଧାରଣ ମତେ ଗୁରୁତ୍ବ ଦେବେ। ଭାରତୀ କହିଛନ୍ତି, ଯଦି ଜ୍ୟୋତିରାଦିତ୍ୟ ସିନ୍ଧିଆ ୨୦୨୦ରେ ମଧ୍ୟପ୍ରଦେଶରେ ସରକାର ଗଠନରେ ସହଯୋଗ କରିଛନ୍ତି […]
ନୂଆଦିଲ୍ଲୀ: ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କ ଦ୍ବାରା ଶୁଭାରମ୍ଭ ହୋଇଥିବା ଜନ ଆଶୀର୍ବାଦ ଯାତ୍ରାକୁ ନିମନ୍ତ୍ରିତ ହୋଇନଥିବାରୁ ବିଜେପି ନେତ୍ରୀ ଏବଂ ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଆଜି ନିଜ ଦଳ ଉପରେ ତୀବ୍ର ବର୍ଷିଛନ୍ତି। ଉମା ଭାରତୀ କହିଛନ୍ତି, ସେମାନେ ଭୟ କରିଯାଉଛନ୍ତି ଯେ ଯଦି ମୁଁ ସେଠାରେ ରହିବି ତେବେ ଜନସାଧାରଣ ମତେ ଗୁରୁତ୍ବ ଦେବେ। ଭାରତୀ କହିଛନ୍ତି, ଯଦି ଜ୍ୟୋତିରାଦିତ୍ୟ ସିନ୍ଧିଆ ୨୦୨୦ରେ ମଧ୍ୟପ୍ରଦେଶରେ ସରକାର ଗଠନରେ ସହଯୋଗ କରିଛନ୍ତି ତେବେ ମୁଁ ୨୦୦୩ରେ ବିଜେପିର ବିପୁଳ ବିଜୟ ପାଇଁ ସହଯୋଗ କରିଥିଲି। ଭାରତୀ କହିଛନ୍ତି, ସିନ୍ଧିଆଙ୍କୁ ମୁଁ ପୁତୁରା ଭଳି ଭଲପାଏ। କିନ୍ତୁ ଜନ ଆଶୀର୍ବାଦ କାର୍ଯ୍ୟକ୍ରମକୁ ମତେ ନିମନ୍ତ୍ରଣ କରିବା ଉଚିତ ଥିଲା। ତେବେ ଯଦିଓ ମତେ ଏହି କାର୍ଯ୍ୟକ୍ରମକୁ ଡକାଯାଇନି ତଥାପି ମୁଁ ଦଳପାଇଁ ପ୍ରଚାର କରିବି ବୋଲି ଭାରତୀ କହିଛନ୍ତି। କଂଗ୍ରେସ ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ କରିଛି। କଂଗ୍ରେସ ନେତା ରଣଦୀପ ସୂର୍ଯେୱାଲା କହିଛନ୍ତି, ବିଜେପି ଏହାର ନେତାମାନଙ୍କୁ ଅପମାନିତ କରୁଛି।




