ଦଳ ଛାଡ଼ିଲେ ମହାରାଷ୍ଟ୍ର କଂଗ୍ରେସ କାର୍ଯ୍ୟକାରୀ ସଭାପତି

ପୁଣେ : ଗତକାଲି ଝାଡ଼ଖଣ୍ଡର ଏକମାତ୍ର କଂଗ୍ରେସ ସାଂସଦ ଗୀତା କୋଡ଼ା କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବାବେଳେ ଆଜି ମହାରାଷ୍ଟ୍ର ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବସଭରାଜ ପାଟିଲ୍‌ କଂଗ୍ରେସ ଦଳ ଛାଡ଼ିଛନ୍ତି। ଆଜି ସକାଳେ ବସଭରାଜ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ୍‌ଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବେ ବୋଲି ଜଣାପଡ଼ିଛି। […]

Samaya Live Picture
Published On

ପୁଣେ : ଗତକାଲି ଝାଡ଼ଖଣ୍ଡର ଏକମାତ୍ର କଂଗ୍ରେସ ସାଂସଦ ଗୀତା କୋଡ଼ା କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବାବେଳେ ଆଜି ମହାରାଷ୍ଟ୍ର ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବସଭରାଜ ପାଟିଲ୍‌ କଂଗ୍ରେସ ଦଳ ଛାଡ଼ିଛନ୍ତି। ଆଜି ସକାଳେ ବସଭରାଜ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ୍‌ଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବେ ବୋଲି ଜଣାପଡ଼ିଛି। ଅପରପକ୍ଷରେ, ଏହି ସୂଚନାକୁ କଂଗ୍ରେସର ରାଜ୍ୟ କଂଗ୍ରେସ ସଭାପତି ନାନା ପାଟୋଲ ଅସ୍ବୀକାର କରିଛନ୍ତି। ସେ ବସଭରାଜଙ୍କ ଇସ୍ତଫାପତ୍ର ପାଇନଥିବା କହିଛନ୍ତି।

Tags: