ଦଳ ଛାଡ଼ିଲେ ଝାଡ଼ଖଣ୍ଡର ଏକମାତ୍ର କଂଗ୍ରେସ ସାଂସଦ ଗୀତା କୋଡ଼ା, ବିଜେପିରେ ଯୋଗ ଦେଲେ

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ଝାଡ଼ଖଣ୍ଡରେ କଂଗ୍ରେସର ଏକମାତ୍ର ସାଂସଦ ଗୀତା କୋଡ଼ା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ସେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ପତ୍ନୀ। ରାଚ୍ୟ ବିଜେପି ମୁଖ୍ୟ ବାବୁଲାଲ ମାରାଣ୍ଡିଙ୍କ ଉପସ୍ଥିତିରେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏବଂ ଏହାର ସହଯୋଗୀ ଦଳ ଝାଡ଼ଖଣ୍ଡରେ ୧୪ ଆସନରୁ ୧୨ ଆସନରେ ଜିତିଥିଲେ। ଗୀତାକୋଡ଼ା ସିଂଘଭୂମ ଲୋକସଭା ଆସନରେ […]

Samaya Live Picture
Published On

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ଝାଡ଼ଖଣ୍ଡରେ କଂଗ୍ରେସର ଏକମାତ୍ର ସାଂସଦ ଗୀତା କୋଡ଼ା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ସେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ପତ୍ନୀ। ରାଚ୍ୟ ବିଜେପି ମୁଖ୍ୟ ବାବୁଲାଲ ମାରାଣ୍ଡିଙ୍କ ଉପସ୍ଥିତିରେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏବଂ ଏହାର ସହଯୋଗୀ ଦଳ ଝାଡ଼ଖଣ୍ଡରେ ୧୪ ଆସନରୁ ୧୨ ଆସନରେ ଜିତିଥିଲେ। ଗୀତାକୋଡ଼ା ସିଂଘଭୂମ ଲୋକସଭା ଆସନରେ ଜିତିଥିଲେ। ଆଗକୁ ଲୋକସଭା‌ ନିର୍ବାଚନ ଥିବା‌ବେଳେ ଗୀତା କୋଡ଼ା ଏହି ସମୟରେ କଂଗ୍ରେସ ଛାଡ଼ିବା ଦଳ ପାଇଁ ଏକ ବଡ଼ ଝଟକା।

Tags: