ଦଳିତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଆପ୍ ବିଧାୟକ ଗିରଫ

ଚଣ୍ଡୀଗଡ଼: ପଞ୍ଜାବର ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ ମନଜିନ୍ଦର ସିଂହ ଲାଲପୁରା ଗିରଫ ହୋଇଛନ୍ତି। ଜଣେ ଦଳିତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଓ ଆକ୍ରମଣ ସମ୍ପର୍କିତ ୧୨ ବର୍ଷ ତଳର ମାମଲାରେ କୋର୍ଟ ଖଦୁର ସାହିବ୍ ବିଧାୟକ ଲାଲପୁରା ଓ ଅନ୍ୟ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତରନତାରନର ଅତିରିକ୍ତ ଦୌରା ଜଜ୍ ପ୍ରେମ କୁମାରଙ୍କ ରାୟ ପରେ କୋର୍ଟରେ ଉପସ୍ଥିତ ଲାଲପୁରାଙ୍କୁ ପୁଲିସ ନିଜ ହେପାଜତକୁ ନେଇଥିଲା। ଏହାପରେ ତାଙ୍କୁ ବିଚାରବିଭାଗୀୟ ହାଜତକୁ […]

ଦଳିତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଆପ୍ ବିଧାୟକ ଗିରଫ
Samaya Live Picture
Published On

ଚଣ୍ଡୀଗଡ଼: ପଞ୍ଜାବର ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ ମନଜିନ୍ଦର ସିଂହ ଲାଲପୁରା ଗିରଫ ହୋଇଛନ୍ତି। ଜଣେ ଦଳିତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଓ ଆକ୍ରମଣ ସମ୍ପର୍କିତ ୧୨ ବର୍ଷ ତଳର ମାମଲାରେ କୋର୍ଟ ଖଦୁର ସାହିବ୍ ବିଧାୟକ ଲାଲପୁରା ଓ ଅନ୍ୟ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତରନତାରନର ଅତିରିକ୍ତ ଦୌରା ଜଜ୍ ପ୍ରେମ କୁମାରଙ୍କ ରାୟ ପରେ କୋର୍ଟରେ ଉପସ୍ଥିତ ଲାଲପୁରାଙ୍କୁ ପୁଲିସ ନିଜ ହେପାଜତକୁ ନେଇଥିଲା। ଏହାପରେ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ଆସନ୍ତା ୧୨ ତାରିଖରେ କୋର୍ଟ ଦଣ୍ଡ ବିଧାନ କରିବେ। ୨୦୧୩ ମାର୍ଚ୍ଚ ୩ରେ ଲାଲପୁରା ଓ ଅନ୍ୟମାନେ ମହିଳାଙ୍କୁ ଏକ ବିବାହ ମଣ୍ଡପରେ ଯୌନ ଉତ୍ପୀଡ଼ନ ଦେବା ସହ ଠେଙ୍ଗାରେ ପିଟିଥି‌ଲେ। ଏହି ଘଟଣାକୁ ସେତେବେଳେ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା। ସୁପ୍ରିମ୍‌କୋର୍ଟ ନିଜ ଆଡ଼ୁ ଏଥିରେ ହସ୍ତକ୍ଷେପ କରି ପୀଡ଼ିତା ଓ ଘଟଣାର ପ୍ରତ୍ୟକ୍ଷ ସାକ୍ଷୀ ତାଙ୍କ ସମ୍ପର୍କୀୟଙ୍କ ସୁରକ୍ଷା ପାଇଁ ଅର୍ଦ୍ଧସାମରିକ ବାହିନୀ ମୁତୟନ କରିବାକୁ ନିର୍ଦେଶ ଦେଇଥିଲେ।

Tags: