ଦଳିତଙ୍କ ଦ୍ବାରା ଖାଦ୍ୟ ରନ୍ଧାଯାଇଥିବାରୁ ଖାଇଲେନି ତାମିଲନାଡ଼ୁ ସ୍କୁଲ୍‌ ଛାତ୍ର

ନୂଆଦିଲ୍ଲୀ : ତାମିଲନାଡ଼ୁର ଏକ ସ୍କୁଲ୍‌ରେ ଜଣେ ଦଳିତଙ୍କ ଦ୍ବାରା ଖାଦ୍ୟ ରୋ‌ଷେଇ କରାଯାଇଥିବାରୁ ଛାତ୍ରମାନେ ଏହି ଖାଦ୍ୟ ଖାଇବାକୁ ମନା କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ରେକଫାଷ୍ଟ ଯୋଜନା ଅନ୍ତର୍ଗତ ତାମିଲନାଡ଼ୁ କରୁର ଜିଲ୍ଲାର ଏକ ସରକାରୀ ସ୍କୁଲ୍‌ରେ ଜଣେ ଦଳିତ ମହିଳା ପିଲାମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥିଲେ। କିନ୍ତୁ ପିଲାମାନେ ଏହି ଖାଦ୍ୟ ଖାଇବାକୁ ମନା କରିଦେବାପରେ ଏଥିରେ ପ୍ରଶାସନ ତୀବ୍ର ଉଦ୍‌ବେଗ ପ୍ରକାଶ କରିଛନ୍ତି। କରୁର ଜିଲ୍ଲାପାଳ ଟି ପ୍ରଭୁ ଶଙ୍କର ଭେଲନ ଛେତିୟାର […]

Samaya Live Picture
Published On

ନୂଆଦିଲ୍ଲୀ : ତାମିଲନାଡ଼ୁର ଏକ ସ୍କୁଲ୍‌ରେ ଜଣେ ଦଳିତଙ୍କ ଦ୍ବାରା ଖାଦ୍ୟ ରୋ‌ଷେଇ କରାଯାଇଥିବାରୁ ଛାତ୍ରମାନେ ଏହି ଖାଦ୍ୟ ଖାଇବାକୁ ମନା କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ରେକଫାଷ୍ଟ ଯୋଜନା ଅନ୍ତର୍ଗତ ତାମିଲନାଡ଼ୁ କରୁର ଜିଲ୍ଲାର ଏକ ସରକାରୀ ସ୍କୁଲ୍‌ରେ ଜଣେ ଦଳିତ ମହିଳା ପିଲାମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥିଲେ। କିନ୍ତୁ ପିଲାମାନେ ଏହି ଖାଦ୍ୟ ଖାଇବାକୁ ମନା କରିଦେବାପରେ ଏଥିରେ ପ୍ରଶାସନ ତୀବ୍ର ଉଦ୍‌ବେଗ ପ୍ରକାଶ କରିଛନ୍ତି। କରୁର ଜିଲ୍ଲାପାଳ ଟି ପ୍ରଭୁ ଶଙ୍କର ଭେଲନ ଛେତିୟାର ପଞ୍ଚାୟତ ୟୁନିଅନ ସ୍କୁଲ୍‌କୁ ଯାଇଛନ୍ତି ଏବଂ ପିଲାମାନଙ୍କ ବାପା ମା’ଙ୍କୁ ଭେଟିଛନ୍ତି। ଜାତିଆଣ ଭେଦଭାବ ସୃଷ୍ଟି କରୁଥିବାରୁ ପିଲାମାନଙ୍କ ବାପା ମା’ଙ୍କୁ ସେ ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛନ୍ତି। ଅନ୍ୟପକ୍ଷେ ଅଭିଭାବକମାନେ କହିଛନ୍ତି, ‌ଯଦି ସେମାନଙ୍କ ପିଲାଙ୍କୁ ଦଳିତଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଖାଇବାକୁ ବାଧ୍ୟ କରାଯାଏ ତେବେ ସେମାନେ ସେମାନଙ୍କ ପିଲାଙ୍କୁ ଅନ୍ୟ ସ୍କୁଲ୍କୁ ନେଇଯିବେ। ଉଲ୍ଲେଖଯୋଗ୍ୟ ଯେ ତାମିଲନାଡ଼ୁଆରେ ସରକାରୀ ଯୋଜନା ଅଧୀନରେ ରାଜ୍ୟ ପ୍ରାଥମିକ ସରକାରୀ ସ୍କୁଲ୍‌ରେ ୧୫.୭୫ ଲକ୍ଷ ଛାତ୍ରଙ୍କୁ ମାଗଣା ବ୍ରେକଫାଷ୍ଟ୍‌ ଦିଆଯାଉଛି। ଗତ ଅଗଷ୍ଟ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ।

Tags: