ଦଲାଇ ଲାମାଙ୍କୁ ମୋଦୀଙ୍କ ଜନ୍ମଦିନ ‌ଶୁଭେଚ୍ଛାକୁ ଚୀନ୍‌ର ବିରୋଧ

ବେଜିଂ: ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ୯୦ତମ ଜନ୍ମ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହ କିଛି ଭାରତୀୟ ନେତୃବୃନ୍ଦ ମଧ୍ୟ ତାଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେଇଥିଲେ। କିନ୍ତୁ ମୋଦୀଙ୍କର ଏହି ଶୁଭେଚ୍ଛା ବାର୍ତ୍ତା ଏବଂ ଦଲାଇଲାମାଙ୍କ ଜନ୍ମଦିନ ଉତ୍ସବ ସ୍ଥଳରେ ଭାରତୀୟ ‌ନେତୃବୃନ୍ଦଙ୍କ ଉପସ୍ଥିତ ରହିବା ଘଟଣାକୁ ଚୀନ୍‌ ବିରୋଧ କରିଛି। ଚୀନ୍‌ ସୋମବାର କହିଛି ଯେ ଦଲାଇ ଲାମାଙ୍କୁ ମୋଦୀ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ତାଙ୍କ ଦେଶ ବିରୋଧ […]

ଦଲାଇ ଲାମାଙ୍କୁ ମୋଦୀଙ୍କ ଜନ୍ମଦିନ ‌ଶୁଭେଚ୍ଛାକୁ ଚୀନ୍‌ର ବିରୋଧ
Samaya Live Picture
Published On

ବେଜିଂ: ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ୯୦ତମ ଜନ୍ମ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହ କିଛି ଭାରତୀୟ ନେତୃବୃନ୍ଦ ମଧ୍ୟ ତାଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେଇଥିଲେ। କିନ୍ତୁ ମୋଦୀଙ୍କର ଏହି ଶୁଭେଚ୍ଛା ବାର୍ତ୍ତା ଏବଂ ଦଲାଇଲାମାଙ୍କ ଜନ୍ମଦିନ ଉତ୍ସବ ସ୍ଥଳରେ ଭାରତୀୟ ‌ନେତୃବୃନ୍ଦଙ୍କ ଉପସ୍ଥିତ ରହିବା ଘଟଣାକୁ ଚୀନ୍‌ ବିରୋଧ କରିଛି। ଚୀନ୍‌ ସୋମବାର କହିଛି ଯେ ଦଲାଇ ଲାମାଙ୍କୁ ମୋଦୀ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ତାଙ୍କ ଦେଶ ବିରୋଧ କରୁଛି। ଚୀନ୍‌ ବି‌ଦେଶ ମନ୍ତ୍ରାଳୟ ମୁଖପାତ୍ର ମାଓ ନିଙ୍ଗ ଏସଂକ୍ରାନ୍ତରେ ସାମ୍ବାଦିକମାନଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ସ୍ଥିତି ସ୍ପଷ୍ଟ କରିଛନ୍ତି। ମାଓ କହିଛନ୍ତି, ତିବ୍ଦତ ସମ୍ବନ୍ଧୀୟ ପ୍ରସଙ୍ଗରେ ଚୀନ୍‌ର ସ୍ଥିତି ସ୍ପଷ୍ଟ ଏବଂ ସ୍ଥିର ରହିଛି। ଏହା ମଧ୍ୟ ଅନ୍ୟ ସମସ୍ତଙ୍କୁ ଜଣା ଅଛି। ସେ କହିଛନ୍ତି, ଚତୁର୍ଦ୍ଦଶ ଦଲାଇ ଲାମା ରାଜନୈତିକ ନିର୍ବାସନ‌ରେ ଅଛନ୍ତି । ଦୀର୍ଘ ଦିନ ଧରି ସେ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ। ଧର୍ମ ଆଧାରରେ ସେ ସିଜାଙ୍ଗ(ତିବ୍ଦତର ଚୀନ ନାମ)କୁ ଚୀନ୍‌ଠାରୁ ଅଲଗା କରିବାପାଇଁ ଉଦ୍ୟମ କରିଛନ୍ତି। ଏଥିସହ ସିଜାଙ୍ଗ ପ୍ରସଙ୍ଗରେ ଭାରତ ଚୀନ୍‌କୁ ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ସମ୍ମାନ ଦେବା ଉଚିତ ବୋଲି ମାଓ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଦଲାଇ ଲାମାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଥିଲେ ଯେ ସେ ପ୍ରେମ, ଦୟା, ଧୈର୍ଯ୍ୟ ଏବଂ ନୈତିକ ଶୃଙ୍ଖଳାର ପ୍ରତୀକ।

Tags: