ଦରଦାମ ବୃଦ୍ଧି ପ୍ରତିବାଦ ରେ ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ : ରାହୁଲ,ପ୍ରିୟଙ୍କା ଗିରଫ

ଦେଶରେ ମୁଦ୍ରାସ୍ଫୀତି ବିରୋଧରେ କଂଗ୍ରେସର ପ୍ରଦର୍ଶନ ଜାରି ରହିଛି। କଂଗ୍ରେସର ଅନେକ ସାଂସଦ କଳା ପୋଷାକ ପିନ୍ଧି ସଂସଦ ଭବନ ରେ ପ୍ରଦର୍ଶନ ଜାରି ରଖିଥିଲେ ଓ କଂଗ୍ରେସ ସାଂସଦ ମାନେ ପ୍ରଧାନମନ୍ତ୍ରୀ ଙ୍କ ବାସ ଭବନ କୁ ଘେରାଉ କରିବା ପାଇଁ କଲା ପୋଷାକ ପିନ୍ଧି ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଙ୍କ ସହ ସାଂସଦ ମାନେ ସଂସଦ ଭବନଠାରୁ ରାଷ୍ଟ୍ରପତି ଭବନଯାଏଁ ଏକ ମାର୍ଚ୍ଚରେ ଯାଉଥିଲେ । କିନ୍ତୁ […]

Samaya Live Picture
Published On

ଦେଶରେ ମୁଦ୍ରାସ୍ଫୀତି ବିରୋଧରେ କଂଗ୍ରେସର ପ୍ରଦର୍ଶନ ଜାରି ରହିଛି। କଂଗ୍ରେସର ଅନେକ ସାଂସଦ କଳା ପୋଷାକ ପିନ୍ଧି ସଂସଦ ଭବନ ରେ ପ୍ରଦର୍ଶନ ଜାରି ରଖିଥିଲେ ଓ କଂଗ୍ରେସ ସାଂସଦ ମାନେ ପ୍ରଧାନମନ୍ତ୍ରୀ ଙ୍କ ବାସ ଭବନ କୁ ଘେରାଉ କରିବା ପାଇଁ କଲା ପୋଷାକ ପିନ୍ଧି ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଙ୍କ ସହ ସାଂସଦ ମାନେ ସଂସଦ ଭବନଠାରୁ ରାଷ୍ଟ୍ରପତି ଭବନଯାଏଁ ଏକ ମାର୍ଚ୍ଚରେ ଯାଉଥିଲେ । କିନ୍ତୁ ପୂର୍ବରୁ ପୋଲିସ ଏହି ଇଲାକାରେ ୧୪୪ ଧାରା ଲାଗୁ କରିଥିଲା । ତେଣୁ ମାର୍ଚ୍ଚରେ ଯାଉଥିବାରୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଙ୍କୁ ଦିଲ୍ଲୀର ବିଜୟ ଚୌକ ରୁ ନିଜ ହେପାଜତରେ ନେଇଛି ଦିଲ୍ଲୀ ପୋଲିସ । ବିକ୍ଷୋଭ ପ୍ରଦର୍ଶନ ସମୟରେ ରାହୁଲ ଗାନ୍ଧୀ ଅନ୍ୟ ନେତାଙ୍କ ସହ କଳା ପୋଷାକ ପିନ୍ଧିଥିବାର ନଜର ଆସିଥିଲେ। ଦେଶରେ ବଢୁଥିବା ମୁଦ୍ରାସ୍ଫୀତି, ବେକାରୀ, ଅଗ୍ନିପଥ ଏବଂ ଜିଏସ୍ଟିକୁ ନେଇ କଂଗ୍ରେସ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି । ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ କହିଛନ୍ତି ଯେ, ଦେଶର ମହଙ୍ଗା ମାଡ ସହ ଅଗ୍ନିପଥ ଯୋଜନାକୁ ବିରୋଧ କରି କଂଗ୍ରେସ ଏହି ବିରୋଧ ପ୍ରଦର୍ଶନ କରୁଛି । ରାଜନୈତିକ ଦଳ ହିସାବରେ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ହେଉଛି ଲୋକଙ୍କ ପକ୍ଷରୁ ସରକାରଙ୍କ ବିରୋଧରେ ସ୍ୱର ଉଠାଇବା । ହେଲେ ସରକାର ସତ୍ୟର ସ୍ୱରକୁ ଦମନ କରୁଛନ୍ତି ବୋଲି ଚିଦାମ୍ବରମ୍ କହିଛନ୍ତି ।

Tags: