ଦଣ୍ଡାଦେଶର ଦିନକ ପରେ ସଂସଦ ଗଲେ ରାହୁଲ

ନୂଆଦିଲ୍ଲୀ, ୨୪/୩ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ସଂସଦ ଯାଇଛନ୍ତି । ୨୦୧୯ ମସିହାର ଅପରାଧିକ ମାନହାନି ମାମଲାରେ ଦୋଷୀସାବ୍ୟସ୍ତ ‌ହୋଇ ୨ ବର୍ଷ ଜେଲ୍‌ଦଣ୍ଡ ପା‌ଇବାର ଦିନକ ପ‌ରେ ଆଜି ରାହୁଲ ଲୋକସଭାରେ ଯୋଗ ଦେଇଥିଲେ। କିନ୍ତୁ ଗୃହ କାର୍ଯ୍ୟ ଆରମ୍ଭ ‌ହେଉହେଉ ବିଭିନ୍ନ ପ୍ରସଙ୍ଗ‌ରେ ହଙ୍ଗାମା ଓ ହୋହଲ୍ଲା ହେବାଯୋଗୁଁ ମାତ୍ର କିଛି ସମୟ ମଧ୍ୟରେ ଗୃହ ମୁଲତବୀ ରଖାଯାଇଥିଲା। ଏହାପରେ ରାହୁଲ ସଂସଦ ଛାଡ଼ି ପଳାଇଥିଲେ। ତେବେ ରାହୁଲ ଆଜି […]

Samaya Live Picture
Published On

ନୂଆଦିଲ୍ଲୀ, ୨୪/୩ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ସଂସଦ ଯାଇଛନ୍ତି । ୨୦୧୯ ମସିହାର ଅପରାଧିକ ମାନହାନି ମାମଲାରେ ଦୋଷୀସାବ୍ୟସ୍ତ ‌ହୋଇ ୨ ବର୍ଷ ଜେଲ୍‌ଦଣ୍ଡ ପା‌ଇବାର ଦିନକ ପ‌ରେ ଆଜି ରାହୁଲ ଲୋକସଭାରେ ଯୋଗ ଦେଇଥିଲେ। କିନ୍ତୁ ଗୃହ କାର୍ଯ୍ୟ ଆରମ୍ଭ ‌ହେଉହେଉ ବିଭିନ୍ନ ପ୍ରସଙ୍ଗ‌ରେ ହଙ୍ଗାମା ଓ ହୋହଲ୍ଲା ହେବାଯୋଗୁଁ ମାତ୍ର କିଛି ସମୟ ମଧ୍ୟରେ ଗୃହ ମୁଲତବୀ ରଖାଯାଇଥିଲା। ଏହାପରେ ରାହୁଲ ସଂସଦ ଛାଡ଼ି ପଳାଇଥିଲେ। ତେବେ ରାହୁଲ ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଦଳୀୟ ସାଂସଦମାନଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ଆଜି ସନ୍ଧ୍ୟାରେ କଂଗ୍ରେସ ନେତାମାନଙ୍କର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅଛି। ଉଲ୍ଲେଖଯୋଗ୍ୟ ଯେ ମୋଦୀ ସାଙ୍ଗିଆ ଟିପ୍ପଣୀ ପାଇଁ ରାହୁଲଙ୍କୁ ଗତକାଲି ସୁରଟ କୋର୍ଟ ଦୋଷୀସାବ୍ୟସ୍ତ କରିଥିଲେ।

Tags: