ଦକ୍ଷିଣ ଗାଜାରେ ଇସ୍ରାଏଲର ବିମାନ ଆକ୍ରମଣ , ୪୭ ମୃତ

ନୂଆଦିଲ୍ଲୀ : ଦକ୍ଷିଣ ଗାଜାରେ ଇସ୍ରାଏଲ ସାଧାରଣ ଜନବସତି ଅଞ୍ଚଳରେ ବିମାନ ଆକ୍ରମଣ କରିଛି। ଫଳରେ ୪୭ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ଜାତିସଂଘର ପାଲେଷ୍ଟାଇନ ଶରଣାର୍ଥୀ ସଂସ୍ଥା ଅନୁଯାୟୀ ଘର ଛାଡ଼ି ଏକ ସ୍କୁଲ୍ରେ ଆଶ୍ରୟ ନେଇଥିବା ଅନେକ ଲୋକ ମଧ୍ୟ ମୃତାହତ ହୋଇଛନ୍ତି। ଅନ୍ୟପକ୍ଷେ ଇସ୍ରାଏଲ ସେନା ଉତ୍ତର ଗାଜାର ଅଲ ସିଫା ହସ୍ପିଟାଲରେ ଅପରେସନ ଜାରି ରଖିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଅନୁଯାୟୀ ସୈନିକମାନେ ଏବେ […]

Samaya Live Picture
Published On

ନୂଆଦିଲ୍ଲୀ : ଦକ୍ଷିଣ ଗାଜାରେ ଇସ୍ରାଏଲ ସାଧାରଣ ଜନବସତି ଅଞ୍ଚଳରେ ବିମାନ ଆକ୍ରମଣ କରିଛି। ଫଳରେ ୪୭ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ଜାତିସଂଘର ପାଲେଷ୍ଟାଇନ ଶରଣାର୍ଥୀ ସଂସ୍ଥା ଅନୁଯାୟୀ ଘର ଛାଡ଼ି ଏକ ସ୍କୁଲ୍ରେ ଆଶ୍ରୟ ନେଇଥିବା ଅନେକ ଲୋକ ମଧ୍ୟ ମୃତାହତ ହୋଇଛନ୍ତି। ଅନ୍ୟପକ୍ଷେ ଇସ୍ରାଏଲ ସେନା ଉତ୍ତର ଗାଜାର ଅଲ ସିଫା ହସ୍ପିଟାଲରେ ଅପରେସନ ଜାରି ରଖିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଅନୁଯାୟୀ ସୈନିକମାନେ ଏବେ ବି ଗାଜା ସହରର ସିଫା ହସ୍ପିଟାଲ ପରିସରରେ ଅଛନ୍ତି। ଇସ୍ରାଏଲ ସେନାର ଏବେ ଗୋଟିଏ ଲକ୍ଷ୍ୟ। ହମାସ କମାଣ୍ଡ ରୁମ୍ ଏବଂ ହମାସ ଅସ୍ତ୍ରଶସ୍ତ୍ର ଗଚ୍ଛିତ ସ୍ଥାନ ଚିହ୍ନଟ କରିବା ସହ ଏହାର ଭୂତଳ ଭିତ୍ତିଭୂମିକୁ ଧ୍ବଂସ କରିବା। ୱାସିଂଟନ ପୋଷ୍ଟ୍ର ଏକ ରିପୋର୍ଟ ଅନୁଯାୟୀ ଗାଜାରେ ପଣବନ୍ଦୀ ଥିବା ମହିଳା ଏବଂ ଶିଶୁଙ୍କୁ ମୁକ୍ତ କରିବାପାଇଁ ଇସ୍ରାଏଲ, ଆମେରିକା ଏବଂ ହମାସ ଏକ ଚୁକ୍ତିରେ ପହଞ୍ଚିଛନ୍ତି। ଏହି ଚୁକ୍ତି ଅନୁଯାୟୀ ୫ ଦିନର ଯୁଦ୍ଧବିରତି ବଦଳରେ ପଣବନ୍ଦୀ ଥିବା ମହିଳା ଏବଂ ଶିଶୁଙ୍କୁ ହମାସ ମୁକ୍ତ କରିବାପାଇଁ ରାଜି ହୋଇଛି। କିନ୍ତୁ ହ୍ବାଇଟ ହାଉସ୍ ପକ୍ଷରୁ ପରେ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ ଇସ୍ରାଏଲ ଏବଂ ହମାସ ଆତଙ୍କବାଦୀ ଗୋଷ୍ଠୀ ଅସ୍ଥାାୟୀ ଯୁଦ୍ଧବିରତି ନେଇ ଏଯାବତ କୌଣସି ଚୁକ୍ତିରେ ପହଞ୍ଚିନାହାନ୍ତି।

Tags: