ଦକ୍ଷିଣ କୋରିଆରେ ଭୟାବହ ବନାଗ୍ନି, ୪ ମୃତ, ୬ ଆହତ
ସିଓଲ୍: ଦକ୍ଷିଣ କୋରିଆର ଦକ୍ଷିଣ-ପୂର୍ବ ପ୍ରାନ୍ତରେ ଭୟାବହ ବନାଗ୍ନି ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ବନାଗ୍ନିରେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଗୁରୁତର ଆହତ ହୋଇଛନ୍ତି। ସମ୍ଭାବ୍ୟ ବିପଦ ଆଶଙ୍କାରେ ୧୫ଶହ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବିପର୍ଯ୍ୟୟ ନିୟନ୍ତ୍ରଣ ଟାୱାରର ଉପମୁଖ୍ୟ ଲି ହାନ୍ କିଉଙ୍ଗ୍ କହିଛନ୍ତି, ସିଓଲ ଠାରୁ ୨୫୦ କିମି ଦୂର ସାନ୍ଚେଓଙ୍ଗ୍ କାଉଣ୍ଟିରେ ଶୁକ୍ରବାର ନିଆଁ ଲାଗିଥିଲା। ପରେ ଏହା ଅନ୍ୟ ଅଞ୍ଚଳକୁ ବ୍ୟାପିଥିଲା। ବନାଗ୍ନିରେ […]
ସିଓଲ୍: ଦକ୍ଷିଣ କୋରିଆର ଦକ୍ଷିଣ-ପୂର୍ବ ପ୍ରାନ୍ତରେ ଭୟାବହ ବନାଗ୍ନି ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ବନାଗ୍ନିରେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଗୁରୁତର ଆହତ ହୋଇଛନ୍ତି। ସମ୍ଭାବ୍ୟ ବିପଦ ଆଶଙ୍କାରେ ୧୫ଶହ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବିପର୍ଯ୍ୟୟ ନିୟନ୍ତ୍ରଣ ଟାୱାରର ଉପମୁଖ୍ୟ ଲି ହାନ୍ କିଉଙ୍ଗ୍ କହିଛନ୍ତି, ସିଓଲ ଠାରୁ ୨୫୦ କିମି ଦୂର ସାନ୍ଚେଓଙ୍ଗ୍ କାଉଣ୍ଟିରେ ଶୁକ୍ରବାର ନିଆଁ ଲାଗିଥିଲା। ପରେ ଏହା ଅନ୍ୟ ଅଞ୍ଚଳକୁ ବ୍ୟାପିଥିଲା। ବନାଗ୍ନିରେ ସାନ୍ଚେଓଙ୍ଗ୍ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଶୁଖିଲା ପାଗ ଯୋଗୁଁ ବନାଗ୍ନି ଆଖପାଖ ଅଞ୍ଚଳକୁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି। ୩୦ଟି ହ୍ୟାଲିକପ୍ଟର ନିୟୋଜିତ ହୋଇଛି। ରବିବାର ସକାଳ ସୁଦ୍ଧା ୩୦ ପ୍ରତିଶତ ଅଞ୍ଚଳର ବନାଗ୍ନିକୁ ଲିଭାଇବାରେ ସକ୍ଷମ ହୋଇଛନ୍ତି। ସାନ୍ଚେଓଙ୍ଗ୍ ଅଞ୍ଚଳର ୩୨୮୬.୧୧ ହେକ୍ଟର ଜଙ୍ଗଲ ଜମି ନଷ୍ଟ ହୋଇଛି।




