ଦକ୍ଷିଣ କୋରିଆରେ ବର୍ଷା ବିତ୍ପାତ, ୧୪ ମୃତ, ୧୨ ନିଖୋଜ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଭୂସ୍ଖଳନ ଓ ଅଚାନକ ବନ୍ୟା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ନିଖୋଜ ଅଛନ୍ତି। ସରକାରଙ୍କ ସୁରକ୍ଷା ଓ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନାରେ, ରବିବାର, ଘର ଭୁଷୁଡ଼ି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସିଓଲର ଦକ୍ଷିଣ ଦିଗରେ ସ୍ଥିତ ଗାପି‌ୟୋଙ୍ଗ୍‌ରେ ଉଛୁଳା ନଦୀରେ ଭାସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଶନିବାର, ସାନଚେଓଙ୍ଗ୍‌ […]

ଦକ୍ଷିଣ କୋରିଆରେ ବର୍ଷା ବିତ୍ପାତ, ୧୪ ମୃତ, ୧୨ ନିଖୋଜ
Samaya Live Picture
Published On

ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଭୂସ୍ଖଳନ ଓ ଅଚାନକ ବନ୍ୟା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ନିଖୋଜ ଅଛନ୍ତି। ସରକାରଙ୍କ ସୁରକ୍ଷା ଓ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନାରେ, ରବିବାର, ଘର ଭୁଷୁଡ଼ି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସିଓଲର ଦକ୍ଷିଣ ଦିଗରେ ସ୍ଥିତ ଗାପି‌ୟୋଙ୍ଗ୍‌ରେ ଉଛୁଳା ନଦୀରେ ଭାସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଶନିବାର, ସାନଚେଓଙ୍ଗ୍‌ ସହରରେ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ଜଣ ନିଖୋଜ ହୋଇଥିବା ସୂଚନା ମିଳିଥିଲା। ସେହିଭଳି ବନ୍ୟାଜଳରେ ଭାସିଯାଇଥିବା ଗ୍ବାଙ୍ଗ୍‌ଜୁ ଓ ଗାପିୟୋଙ୍ଗ୍‌ ସହରର ୬ଜଣଙ୍କ ଖୋଜଖବର ଏପର୍ଯ୍ୟନ୍ତ ମିଳିପାରିନାହିଁ। ବର୍ଷା ଜାରି ରହିଥିବାରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ପୂର୍ବାହ୍‌ଣ ୯ଟା ସୁଦ୍ଧା ୩୮୪୦ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ବୁଧବାର ଠାରୁ ଦକ୍ଷିଣକୋରିଆର ଦକ୍ଷିଣପ୍ରାନ୍ତରେ ତୁହାକୁତୁହା ବର୍ଷା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୬ଶହରୁ ୮ଶହ ମିଲି ବର୍ଷା ରେକର୍ଡ କରାଯାଇଛି।

Tags: