ଦକ୍ଷିଣ ଇସ୍ରାଏଲର ପ୍ରମୁଖ ହସ୍ପିଟାଲରେ ଇରାନର କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଘନେଇବାରେ ଲାଗିଛି। ଗୁରୁବାର ଇରାନରୁ ନିକ୍ଷେପ କରାଯାଇଥିବା ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସିଧା ବେର୍ଶେବାର ସୋରୋକା ମେଡିକାଲ ସେଣ୍ଟର ଉପରେ ପଡ଼ିଥିଲା। ଏହା ଫଳରେ ରୋଗୀ, ଡାକ୍ତର ଏବଂ ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। କ୍ଷେପଣାସ୍ତ୍ରଟି ଦକ୍ଷିଣ ଇସ୍ରାଏଲର ସବୁଠାରୁ ବଡ଼ ହସ୍ପିଟାଲର ମୁଖ୍ୟ ପରିସରକୁ ଆଘାତ କରିଥିଲା। ଏହା ଫଳରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା । ଭିଡିଓଗୁଡ଼ିକରେ ଲୋକମାନେ ଚିତ୍କାର କରୁଥିବା ଏବଂ […]

ଦକ୍ଷିଣ ଇସ୍ରାଏଲର ପ୍ରମୁଖ ହସ୍ପିଟାଲରେ ଇରାନର କ୍ଷେପଣାସ୍ତ୍ର ମାଡ଼
Samaya Live Picture
Published On

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଘନେଇବାରେ ଲାଗିଛି। ଗୁରୁବାର ଇରାନରୁ ନିକ୍ଷେପ କରାଯାଇଥିବା ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସିଧା ବେର୍ଶେବାର ସୋରୋକା ମେଡିକାଲ ସେଣ୍ଟର ଉପରେ ପଡ଼ିଥିଲା। ଏହା ଫଳରେ ରୋଗୀ, ଡାକ୍ତର ଏବଂ ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। କ୍ଷେପଣାସ୍ତ୍ରଟି ଦକ୍ଷିଣ ଇସ୍ରାଏଲର ସବୁଠାରୁ ବଡ଼ ହସ୍ପିଟାଲର ମୁଖ୍ୟ ପରିସରକୁ ଆଘାତ କରିଥିଲା। ଏହା ଫଳରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା । ଭିଡିଓଗୁଡ଼ିକରେ ଲୋକମାନେ ଚିତ୍କାର କରୁଥିବା ଏବଂ ପଳାୟନ କରୁଥିବାର ଦେଖାଯାଇଥିଲା । ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବେର୍ଶେବାର ସୋରୋକା ମେଡିକାଲ୍ ସେଣ୍ଟର ଉପରେ ପଡ଼ିବା ପରେ ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରୁ ବ୍ୟାପକ ‌କ୍ଷୟକ୍ଷତି ହୋଇଥିବା ଦେଖାଦେଇଛି। ସୋରୋକା ହସ୍ପିଟାଲର ଜଣେ ମୁଖପାତ୍ର କହିଛନ୍ତି। ‘ଆମେ ବର୍ତ୍ତମାନ ଆହତ ସମେତ କ୍ଷୟକ୍ଷତିର ଆକଳନ କରୁଛୁ । ଇସ୍ରାଏଲର ଜାତୀୟ ଆମ୍ବୁଲାନ୍ସ ସେବା ଅନୁଯାୟୀ, ଇରାନ କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ସୋରୋକା ମେଡିକାଲ ସେଣ୍ଟରର ଏକ ହସ୍ପିଟାଲ ମହଲାକୁ ମାତ୍ର ଗୋଟିଏ ଦିନ ପୂର୍ବରୁ ଖାଲି କରାଯାଇଥିଲା। ମ୍ୟାଗେନ୍ ଡେଭିଡ୍ ଆଡମ୍‌ର ମୁଖ୍ୟ ଏଲି ବିନ୍ କହିଛନ୍ତି ଯେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବୁଧବାର ଦିନ ମହଲାରୁ ରୋଗୀଙ୍କୁ ଖାଲି କରାଯାଇଥିଲା। ଇତି ମଧ୍ୟରେ ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରୀ ଗୁରୁବାର ଦିନ ବେର୍ଶେବାର ସୋରୋକା ମେଡିକାଲ ସେଣ୍ଟର ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣକୁ ‘ଆତଙ୍କବାଦୀ କାର୍ଯ୍ୟ’ ଏବଂ ‘ଯୁଦ୍ଧ ଅପରାଧ’ ବୋଲି ନିନ୍ଦା କରି ଇରାନ ଜାଣିଶୁଣି ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ କରିଛନ୍ତି।

Tags: