ଥାନେରେ ଭଉଣୀର ଲିଭ୍-ଇନ୍କୁ ପାର୍ଟନରକୁ ମାରି ନଦୀରେ ଫିଙ୍ଗିଦେଲେ ୨ ଭାଇ

ଥାନେ: ମହାରାଷ୍ଟ୍ରର ଥାନେ ଜିଲ୍ଲା ଅନ୍ତର୍ଗତ କଲ୍ୟାଣ ଅଞ୍ଚଳରେ ଭଉଣୀର ଲିଭ୍-ଇନ୍ ପାର୍ଟନରକୁ ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗରେ ଦୁଇ ଭାଇ ସମେତ ତିନିଜଣଙ୍କୁ ଶନିବାର ଦିନ ପୁଲିସ ଗିରଫ କରିଛି। ମୃତ ବ୍ୟକ୍ତି ହେଉଛନ୍ତି ୨୮ ବର୍ଷୀୟ ଶେହବାଜ ଶେଖ। ତାଙ୍କ ମର ଶରୀରକୁ ଏପର୍ଯ୍ୟନ୍ତ ନଦୀରୁ ଉଦ୍ଧାର କରାଯାଇ ପାରିନାହିଁ। ଖଡ଼କପଦା ଥାନା ଅଧିକାରୀଙ୍କ କହିବା ଅନୁଯାୟୀ, ସ୍ବାମୀଙ୍କୁ ୪ ବର୍ଷ ତଳେ ଛାଡ଼ପତ୍ର ଦେଇଥିବା ମମତାଜଙ୍କ ସହ ଶେଖ ଲିଭ୍-ଇନ୍ […]

Samaya Live Picture
Published On

ଥାନେ: ମହାରାଷ୍ଟ୍ରର ଥାନେ ଜିଲ୍ଲା ଅନ୍ତର୍ଗତ କଲ୍ୟାଣ ଅଞ୍ଚଳରେ ଭଉଣୀର ଲିଭ୍-ଇନ୍ ପାର୍ଟନରକୁ ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗରେ ଦୁଇ ଭାଇ ସମେତ ତିନିଜଣଙ୍କୁ ଶନିବାର ଦିନ ପୁଲିସ ଗିରଫ କରିଛି। ମୃତ ବ୍ୟକ୍ତି ହେଉଛନ୍ତି ୨୮ ବର୍ଷୀୟ ଶେହବାଜ ଶେଖ। ତାଙ୍କ ମର ଶରୀରକୁ ଏପର୍ଯ୍ୟନ୍ତ ନଦୀରୁ ଉଦ୍ଧାର କରାଯାଇ ପାରିନାହିଁ। ଖଡ଼କପଦା ଥାନା ଅଧିକାରୀଙ୍କ କହିବା ଅନୁଯାୟୀ, ସ୍ବାମୀଙ୍କୁ ୪ ବର୍ଷ ତଳେ ଛାଡ଼ପତ୍ର ଦେଇଥିବା ମମତାଜଙ୍କ ସହ ଶେଖ ଲିଭ୍-ଇନ୍ ସମ୍ପର୍କରେ ରହୁଥିଲା। ଶୁକ୍ରବାର ସେ ନିଖୋଜ ହୋଇଯାଇଥିଲା। ପୁଲିସ ଖୋଳତାଡ଼ କରି ମମତାଜଙ୍କ ଦୁଇ ଭାଇ ଶୋଏବ ଶେଖ ଓ ଇରଶାଦ ଶେଖ ଏବଂ ଆଉ ଜଣେ ଲୋକ ହେମନ୍ତ ବିଛୱାଡ଼େଙ୍କ ପାଖରେ ପହଞ୍ଚିଥିଲା। ଅଭିଯୁକ୍ତମାନେ ଶେବାଜକୁ ହାତୁଡ଼ିରେ ପିଟି ହତ୍ୟା କରିବା ପରେ ନଦୀରେ ଫିଙ୍ଗି ଦେଇଥିବା ସ୍ବୀକାର କରିଛନ୍ତି।

Tags: