ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀଙ୍କ ଦ୍ବିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ବିମଷ୍ଟେକ୍‌ ସମ୍ମିଳନୀ ଅବସରରେ ଥାଇଲାଣ୍ଡ ଗସ୍ତରେ ଅଛନ୍ତି। ଏହି ଅବସରରେ ସେ ତାଙ୍କ ଥାଇଲାଣ୍ଡ ପ୍ରତିପକ୍ଷ ପେତୋଙ୍ଗତର୍ନ ଶିନୱାତ୍ରାଙ୍କ ସହ ବ୍ୟାଙ୍କକ୍‌ରେ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ଷଷ୍ଟ ବିମଷ୍ଟେକ୍‌ ସମ୍ମିଳନୀ‌ରେ ଯୋଗ ଦେବାପାଇଁ ମୋଦୀ ଥାଇଲାଣ୍ଡରେ ପହଞ୍ଚିବାର କିଛି ଘଣ୍ଟା ପରେ ଥାଇଲାଣ୍ଡ ପ୍ରତିପକ୍ଷଙ୍କ ସହ କଥାବାର୍ତ୍ତା କରିଛନ୍ତି। ବ୍ୟାଙ୍କକ୍‌ର ସରକାରୀ ବାସଭବନରେ ମୋଦୀଙ୍କୁ ତାଙ୍କ ଥାଇ ପ୍ରତିପକ୍ଷ ଭବ୍ୟ ସ୍ବାଗତ କରିଥିଲେ। ଏହାପରେ ୨ ରାଷ୍ଟ୍ରନେତାଙ୍କ ମଧ୍ୟରେ କଥାବାର୍ତ୍ତା […]

ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀଙ୍କ ଦ୍ବିପାକ୍ଷିକ ଆଲୋଚନା
Samaya Live Picture
Published On

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ବିମଷ୍ଟେକ୍‌ ସମ୍ମିଳନୀ ଅବସରରେ ଥାଇଲାଣ୍ଡ ଗସ୍ତରେ ଅଛନ୍ତି। ଏହି ଅବସରରେ ସେ ତାଙ୍କ ଥାଇଲାଣ୍ଡ ପ୍ରତିପକ୍ଷ ପେତୋଙ୍ଗତର୍ନ ଶିନୱାତ୍ରାଙ୍କ ସହ ବ୍ୟାଙ୍କକ୍‌ରେ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ଷଷ୍ଟ ବିମଷ୍ଟେକ୍‌ ସମ୍ମିଳନୀ‌ରେ ଯୋଗ ଦେବାପାଇଁ ମୋଦୀ ଥାଇଲାଣ୍ଡରେ ପହଞ୍ଚିବାର କିଛି ଘଣ୍ଟା ପରେ ଥାଇଲାଣ୍ଡ ପ୍ରତିପକ୍ଷଙ୍କ ସହ କଥାବାର୍ତ୍ତା କରିଛନ୍ତି। ବ୍ୟାଙ୍କକ୍‌ର ସରକାରୀ ବାସଭବନରେ ମୋଦୀଙ୍କୁ ତାଙ୍କ ଥାଇ ପ୍ରତିପକ୍ଷ ଭବ୍ୟ ସ୍ବାଗତ କରିଥିଲେ। ଏହାପରେ ୨ ରାଷ୍ଟ୍ରନେତାଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। କଥାବାର୍ତ୍ତା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ପେତୋଙ୍ଗତର୍ନ ଶିନୱାତ୍ରାଙ୍କ ସହ ଅତ୍ୟନ୍ତ ଫଳପ୍ରଦ କଥାବାର୍ତ୍ତା ହୋଇଛି। ବାଣିଜ୍ୟ ଏବଂ ବିନିଯୋଗ, ପ୍ରତିରକ୍ଷା, ସୁରକ୍ଷା ଏବଂ ସାଇବର ଅପରାଧ ନିରାକରଣ ଓ ମାନବ ଚୋରାଚାଲାଣ କ୍ଷେତ୍ରରେ ଉଭୟ ରାଷ୍ଟ୍ର ଏକାଠି କାମ କରିବେ ଏବଂ ସହଯୋଗ ବୃଦ୍ଧି କରିବେ ବୋଲି ଉଭୟ ନେତା ରାଜି ହୋଇଛନ୍ତି। ସେହିପରି ସୁରକ୍ଷା ସଂସ୍ଥାଗୁଡ଼ିକ ମଧ୍ୟରେ ରଣନୀତିକ କଥାବାର୍ତ୍ତା କରିବା ସଂକ୍ରାନ୍ତରେ ମଧ୍ୟ ଆମେ ଆଲୋଚନା କରିଛୁ ବୋଲି ମୋଦୀ କହିଛନ୍ତି। ଆଜି ବିମ୍‌ଷ୍ଟେକ୍‌ ସମ୍ମିଳନୀ ଅଛି। ଥାଇଲାଣ୍ଡ୍‌ ଦ୍ବାରା ଚଳିତ ବର୍ଷ ବିମଷ୍ଟେକ୍‌ ସମ୍ମିଳନୀ ଆୟୋଜନ ହେଉଛି। ଚୀନ୍‌କୁ ଇଙ୍ଗିତ କରି ମୋଦୀ କହିଛନ୍ତି, ଆମେ ବିକାଶ ନୀତିରେ ବିଶ୍ବାସ କରୁ, ବିସ୍ତାରବାଦରେ ନୁହେଁ। ମୋଦୀ ମଧ୍ୟ ଥାଇଲାଣ୍ଡ୍‌ରେ ଭୂକମ୍ପ ମୃତ୍ୟୁ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି।

Tags: