ଥରୁରଙ୍କୁ ଲିଗାଲ ନୋଟିସ ପଠାଇଲେ ରାଜୀବ ଚନ୍ଦ୍ରଶେଖର

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି। ନିକଟରେ ଏକ ଟିଭି ଚ୍ୟା‌ନେଲରେ କଂଗ୍ରେସ ସାଂସଦ ଥରୁର ଚନ୍ଦ୍ରଶେଖରଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିଲେ। ଏହି କାରଣ ପାଇଁ ରାଜୀବ ଚନ୍ଦ୍ରଶେଖର ଥରୁରଙ୍କୁ ଲିଗାଲ ନୋଟିସ ପଠାଇଥିଲେ। ଥିରୁଅନନ୍ତପୁରମ ଲୋକସଭା ନିର୍ବାଚନମଣ୍ଡଳୀରେ ଥରୁରଙ୍କ ବିରୋଧ‌ରେ ପ୍ରାର୍ଥୀ ହୋଇଥିବା ଚନ୍ଦ୍ରଶେଖର ପ୍ରମୁଖ ଭୋଟରମାନଙ୍କୁ ଲାଞ୍ଚ ଦେଇ ପ୍ରଭାବିତ କରୁଛନ୍ତି ବୋଲି ଥରୁର ଅଭିଯୋଗ କରିଥିଲେ। ଚନ୍ଦ୍ରଶେଖରଙ୍କ ଚରିତ୍ର […]

Samaya Live Picture
Published On

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି। ନିକଟରେ ଏକ ଟିଭି ଚ୍ୟା‌ନେଲରେ କଂଗ୍ରେସ ସାଂସଦ ଥରୁର ଚନ୍ଦ୍ରଶେଖରଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିଲେ। ଏହି କାରଣ ପାଇଁ ରାଜୀବ ଚନ୍ଦ୍ରଶେଖର ଥରୁରଙ୍କୁ ଲିଗାଲ ନୋଟିସ ପଠାଇଥିଲେ। ଥିରୁଅନନ୍ତପୁରମ ଲୋକସଭା ନିର୍ବାଚନମଣ୍ଡଳୀରେ ଥରୁରଙ୍କ ବିରୋଧ‌ରେ ପ୍ରାର୍ଥୀ ହୋଇଥିବା ଚନ୍ଦ୍ରଶେଖର ପ୍ରମୁଖ ଭୋଟରମାନଙ୍କୁ ଲାଞ୍ଚ ଦେଇ ପ୍ରଭାବିତ କରୁଛନ୍ତି ବୋଲି ଥରୁର ଅଭିଯୋଗ କରିଥିଲେ। ଚନ୍ଦ୍ରଶେଖରଙ୍କ ଚରିତ୍ର ପ୍ରତି କ୍ଷତି ପହଞ୍ଚାଇବା ଲକ୍ଷ୍ୟରେ ଥରୁର ଏଭଳି ଟିପ୍ପଣୀ ଦେଇଥିଲେ ବୋଲି ସେ କହିଛନ୍ତି। ବରିଷ୍ଠ କଂଗ୍ରେସ ନେତାଙ୍କ ଏହି ଟିପ୍ପଣୀ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଛି ବୋଲି ସେ କହିଛନ୍ତି। ଥରୁର ରାଜୀବ ଚନ୍ଦ୍ରଶେଖରଙ୍କ ବିରୋଧରେ ଦେଇଥିବା ସମସ୍ତ ଟିପ୍ପଣୀକୁ ସେ ପ୍ରତ୍ୟାହାର କରିନେବାପାଇଁ ଏବଂ ଉଭୟ ପ୍ରିଣ୍ଟ ଓ ଇଲେକଟ୍ରୋନିକ ମିଡିଆରେ ତାଙ୍କୁ ନିଃସର୍ତ୍ତ କ୍ଷମା ମାଗିବାପାଇଁ ସେ କହିଛନ୍ତି।

Tags: