ଥମୁନି ଲସ୍‌ ଆଞ୍ଜେଲ୍‌ସ ବନାଗ୍ନି , ୨୪ ଜଣଙ୍କ ମୃତ୍ୟୁ

ଲସ୍ ଆଞ୍ଜେଲସ: ଲସ୍ ଆଞ୍ଜେଲସରେ ଲାଗିଥିବା ଭୟଙ୍କର ନିଆଁରେ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ନିଆଁ ଏପରି ବ୍ୟାପିଛି ଯେ ଏହା କାଲିଫର୍ଣ୍ଣିଆରେ ଏପର୍ଯ୍ୟନ୍ତ ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ ରେ ପରିଣତ ହୋଇଛି । ବନାଗ୍ନି ଯୋଗୁଁ ୧୩ ଜଣ ନିଖୋଜ ହେବା ପରେ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ମୃତକଙ୍କ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଅଧିକାରୀମାନେ କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପରିସ୍ଥିତିକୁ ଯୁଦ୍ଧ ଭଳି […]

Samaya Live Picture
Published On

ଲସ୍ ଆଞ୍ଜେଲସ: ଲସ୍ ଆଞ୍ଜେଲସରେ ଲାଗିଥିବା ଭୟଙ୍କର ନିଆଁରେ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ନିଆଁ ଏପରି ବ୍ୟାପିଛି ଯେ ଏହା କାଲିଫର୍ଣ୍ଣିଆରେ ଏପର୍ଯ୍ୟନ୍ତ ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ ରେ ପରିଣତ ହୋଇଛି । ବନାଗ୍ନି ଯୋଗୁଁ ୧୩ ଜଣ ନିଖୋଜ ହେବା ପରେ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ମୃତକଙ୍କ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଅଧିକାରୀମାନେ କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପରିସ୍ଥିତିକୁ ଯୁଦ୍ଧ ଭଳି ଦୃଶ୍ୟ ବୋଲି ବର୍ଣ୍ଣନା କରିଛନ୍ତି । କାନାଡା ଏବଂ ମେକ୍ସିକୋ ମଧ୍ୟ ରିଲିଫ୍ ପ୍ରୟାସରେ ସହଯୋଗ କରିବା ଆରମ୍ଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ଅଗ୍ନିକାଣ୍ଡ ପେଲିସାଡେସର ଆଉ ୧୦୦୦ ଏକର ଜମିକୁ ବ୍ୟାପିଯାଇଛି ଏବଂ ଅନେକ ଘର ନଷ୍ଟ ହୋଇଯାଇଛି। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବା ବେଳେ ଏହା ମଧ୍ୟ କଷ୍ଟସାଧ୍ୟ ହେବାରେ ଲାଗିଛି । ଖରାପ ପାଗ ଯୋଗୁଁ ନିଆଁ ଆହୁରି ବ୍ୟାପିପାରେ ବୋଲି ଜାତୀୟ ପାଣିପାଗ ବିଭାଗ ସତର୍କ କରାଇଦେଇଛି। ସାନ୍ତା ଆନା ପର୍ବତରୁ ପବନ ଲସ୍ ଆଞ୍ଜେଲସ୍ ଏବଂ ୱେଟୁରା କାଉଣ୍ଟିରେ ତୀବ୍ର ହୋଇ ଘଣ୍ଟାପ୍ରତି ୧୨୦ କିଲୋମିଟର ବେଗରେ ଗତି କରିବ ବୋଲି ଆକଳନ କରାଯାଇଛି । ଏଭଳି ସ୍ଥିତିରେ ନିଆଁ କେବଳ ବ୍ୟାପିବ ନାହିଁ, ବରଂ ଆହୁରି ଭୟଙ୍କର ରୂପ ନେବ ବୋଲି ପାଣିପାଗ ବିଜ୍ଞାନୀମାନେ ଅନୁମାନ କରିଛନ୍ତି । ସପ୍ତାହ ହେବ ଜଳୁଛି ଲସ ଏ଼ଞ୍ଜଲେସ ।୧୨ ହଜାର କୋଠା ଜଳି ପୋଡି ପାଉଁଶ ହୋଇଛି । ଜଙ୍ଗଲରେ ନିଆଂ ଲାଗିଥିବାବେଳେ ମାତ୍ର ୮ ପ୍ରତିଶତ ଆୟତ ହୋଇଛି । ଇଟନରେ ୧୪ ହଜାର ୧୧୭ ଏକକରେ ନିଆଁ ଲାଗିଥିବାବେଳେ ୧ ହଜାର ଏକରରେ ଆୟତ ହୋଇଛି । ନିଆଁକୁ ଆୟତ କରିବାକୁ ପ୍ରଶାସନ ସବୁ ପ୍ରକାର ଚେଷ୍ଟା ଚଳାଇଛନ୍ତି ।

Tags: