ଥମୁନି ମଣିପୁର ହିଂସା, ପୁଣି ପୋଡ଼ାଜଳା ଓ ଗୁଳିମାଡ଼, ୯ ମୃତ
ଇମ୍ଫାଲ : ମଣିପୁର ହିଂସା ଥମୁନି। ମଙ୍ଗଳବାର ବିଳମ୍ବିତ ରାତିରେ ମଣିପୁରରେ ପୁଣି ହିଂସା ହୋଇ ୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୫ ଜଣ ଆହତ ହୋଇଛନ୍ତି। ମୈତେଇ ସମ୍ପ୍ରଦା୍ୟ ରହୁଥିବା ଇମ୍ଫାଲ ପୂର୍ବ ଜିଲ୍ଲା ସଂଲଗ୍ନ ସୀମାର ଖାମେନଲୋକ ଅଞ୍ଚଳରେ ଗୁଳିକାଣ୍ଡ ହୋଇଛି। ଦୁର୍ବୃତ୍ତମାନେ ଖାମେନଲୋକ ଗ୍ରାମରେ ଅନେକ ଘର ଜାଳି ଦେଇଛନ୍ତି। ଉଗ୍ରପନ୍ଥୀମାନେ ଖାମେନଲୋକ ଅଞ୍ଚଳରେ ଜୋରଦାର ଆକ୍ରମଣ କରିଛନ୍ତି। ଫଳରେ ୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ୫ ଆହତ ବ୍ୟକ୍ତିଙ୍କୁ […]
ଇମ୍ଫାଲ : ମଣିପୁର ହିଂସା ଥମୁନି। ମଙ୍ଗଳବାର ବିଳମ୍ବିତ ରାତିରେ ମଣିପୁରରେ ପୁଣି ହିଂସା ହୋଇ ୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୫ ଜଣ ଆହତ ହୋଇଛନ୍ତି। ମୈତେଇ ସମ୍ପ୍ରଦା୍ୟ ରହୁଥିବା ଇମ୍ଫାଲ ପୂର୍ବ ଜିଲ୍ଲା ସଂଲଗ୍ନ ସୀମାର ଖାମେନଲୋକ ଅଞ୍ଚଳରେ ଗୁଳିକାଣ୍ଡ ହୋଇଛି। ଦୁର୍ବୃତ୍ତମାନେ ଖାମେନଲୋକ ଗ୍ରାମରେ ଅନେକ ଘର ଜାଳି ଦେଇଛନ୍ତି। ଉଗ୍ରପନ୍ଥୀମାନେ ଖାମେନଲୋକ ଅଞ୍ଚଳରେ ଜୋରଦାର ଆକ୍ରମଣ କରିଛନ୍ତି। ଫଳରେ ୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ୫ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସରକାର ମଣିପୁରରେ ଶାନ୍ତି ଫେରାଇ ଆଣିବାପାଇଁ ବାରମ୍ବାର ପ୍ରୟାସ କରୁଥିଲେ ସୁଦ୍ଧା ବିଫଳ ହୋଇଛନ୍ତି। ଇତି ମଧ୍ୟରେ ଜିଲ୍ଲା କର୍ତ୍ତୃପକ୍ଷମାନେ ଇମ୍ଫାଲ ପୂର୍ବ ଏବଂ ଇମ୍ଫାଲ ପଶ୍ଚିମରେ କର୍ଫ୍ୟୁ କୋହଳ କରିଛନ୍ତି। ଏବେ ସକାଳ ୫ଟାରୁ ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ ରହିବ। ଉଲ୍ଲେଖଯୋଗ୍ୟ ଯେ ଗତ ମାସକ ପୂର୍ବରୁ ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ହିଂସା ପାଇଁ ପ୍ରାୟ ୧୦୦ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୩୧୦ ଜଣ ଆହତ ହୋଇଛନ୍ତି। ରାଜ୍ୟରେ ଶାନ୍ତି ଫେରାଇ ଆଣିବାପାଇଁ ସେନା ଏବଂ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି।




