ଥମୁନି ମଣିପୁର ହିଂସା , ଜୁନ୍ ୧୦ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ
ଇମ୍ଫାଲ: ମଣିପୁର ହିଂସା ଥମିବାର ନାଁ ନେଉନି। ଶାନ୍ତି ରକ୍ଷା ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅନୁରୋଧ ସତ୍ତ୍ବେ ରାଜ୍ୟରେ ପୁଣିଥରେ ସାନି ହିଂସା ହୋଇଛି। ଗତକାଲି ରାଜ୍ୟରେ ପୁଣି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪ ଜଣ ଆହତ ହୋଇଥିଲେ। ହିଂସା ନିୟନ୍ତ୍ରଣ ହେଉନଥିବାରୁ ମଣିପୁର ସରକାର ଆସନ୍ତା ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛନ୍ତି। ସୋମବାର ସନ୍ଧ୍ୟାରେ ରାଜ୍ୟ ସରକାର ଏନେଇ […]
ଇମ୍ଫାଲ: ମଣିପୁର ହିଂସା ଥମିବାର ନାଁ ନେଉନି। ଶାନ୍ତି ରକ୍ଷା ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅନୁରୋଧ ସତ୍ତ୍ବେ ରାଜ୍ୟରେ ପୁଣିଥରେ ସାନି ହିଂସା ହୋଇଛି। ଗତକାଲି ରାଜ୍ୟରେ ପୁଣି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪ ଜଣ ଆହତ ହୋଇଥିଲେ। ହିଂସା ନିୟନ୍ତ୍ରଣ ହେଉନଥିବାରୁ ମଣିପୁର ସରକାର ଆସନ୍ତା ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛନ୍ତି। ସୋମବାର ସନ୍ଧ୍ୟାରେ ରାଜ୍ୟ ସରକାର ଏନେଇ ଏକ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ସରକାର କହିଛନ୍ତି, ଜୁନ୍ ୧୦ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ମେ’ ୩ ତାରିଖରେ ରାଜ୍ୟରେ ୨ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିବା ହିଂସା ଯୋଗୁଁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ରାଜ୍ୟରେ ଶାନ୍ତି ରକ୍ଷା ପାଇଁ ୧୦ ହଜାରରୁ ଅଧିକ ସୈନ୍ୟ ମୁତୟନ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗତ ସପ୍ତାହରେ ମଣିପୁର ଗସ୍ତ ସମୟରେ ଉଭୟ ମୈତେଇ ଏବଂ କୁକି ସମ୍ପ୍ରଦାୟକୁ ଶାନ୍ତି ରକ୍ଷା ପାଇଁ ଅନୁରୋଧ କରିଥିଲେ।




