ଥମୁନି ମଣିପୁର ତାତି, ସରକାରଙ୍କ ବିରୋଧରେ ଇ-ଣ୍ଡି-ଆ ମେଣ୍ଟର ଅନାସ୍ଥା ପ୍ରସ୍ତାବ

ନୂଆଦିଲ୍ଲୀ: ମଣିପୁର ହିଂସା ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଛି। ବୁଧବାର ବିରୋଧୀ ଇ-ଣ୍ଡି-ଆ ମେଣ୍ଟ ପକ୍ଷରୁ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। କଂଗ୍ରେସ ସାଂସଦ ଗୌରବ ଗୋଗଇ ଲୋକସଭା ବାଚସ୍ପତିଙ୍କ ଅଫିସ୍‌ରେ ସକାଳ ୯.୨୦ରେ ଅନାସ୍ଥା ପ୍ରସ୍ତାବ ଦାଖଲ କରିଥିଲେ। ବାଚସ୍ପତି ଓମ୍‌ ବିର୍ଲା ସରକାରଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ବାଚସ୍ପତି କହିଛନ୍ତି, ରୁଲ ବୁକ୍‌ ଆଧାରରେ ସମସ୍ତ ଦଳଙ୍କ ସହ ଆଲୋଚନା କରିବାପରେ ସେ ବିତର୍କ ପାଇଁ ସମୟ […]

Samaya Live Picture
Published On

ନୂଆଦିଲ୍ଲୀ: ମଣିପୁର ହିଂସା ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଛି। ବୁଧବାର ବିରୋଧୀ ଇ-ଣ୍ଡି-ଆ ମେଣ୍ଟ ପକ୍ଷରୁ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। କଂଗ୍ରେସ ସାଂସଦ ଗୌରବ ଗୋଗଇ ଲୋକସଭା ବାଚସ୍ପତିଙ୍କ ଅଫିସ୍‌ରେ ସକାଳ ୯.୨୦ରେ ଅନାସ୍ଥା ପ୍ରସ୍ତାବ ଦାଖଲ କରିଥିଲେ। ବାଚସ୍ପତି ଓମ୍‌ ବିର୍ଲା ସରକାରଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ବାଚସ୍ପତି କହିଛନ୍ତି, ରୁଲ ବୁକ୍‌ ଆଧାରରେ ସମସ୍ତ ଦଳଙ୍କ ସହ ଆଲୋଚନା କରିବାପରେ ସେ ବିତର୍କ ପାଇଁ ସମୟ ସ୍ଥିର କରିବେ। ଇଣ୍ଡିଆ ମେଣ୍ଟର ସମସ୍ତ ସଦସ୍ୟ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରୁଛନ୍ତି। ଅନାସ୍ଥା ପ୍ରସ୍ତାବ ଗ୍ରହଣ କରାଯିବା ପାଇଁ ପ୍ରସ୍ତାବ‌ରେ ଗୃହର ୫୦ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ଗୌରବ ଗୋଗଇଙ୍କ ଦ୍ବାରା ଅଣାଯାଇଥିବା ଅନାସ୍ଥାକୁ ଅତି ସହଜରେ ୫୦ ସଦସ୍ୟଙ୍କ ସମର୍ଥନ ମିଳିଛି। ବିଆର୍‌ଏସ (ଭାରତ ରାଷ୍ଟ୍ର ସମିତି) ଦ୍ବାରା ମଧ୍ୟ ସରକାରଙ୍କ ବିରୋଧରେ ଏକ ପୃଥକ୍‌ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା। ବିଆର୍‌ଏସ ସାଂସଦ ନାମା ନାଗେଶ୍ବର ରାଓ ଅନାସ୍ଥା ପ୍ରସ୍ଥାବ ଲୋକସଭାରେ ଅନାସ୍ଥା ଆଣିଥିଲେ। ତେବେ ଗୃହରେ ବିଆର୍‌ଏସର ମାତ୍ର ୯ ଜଣ ସଦସ୍ୟ ଥିବାରୁ ଏଥିପାଇଁ ଆବଶ୍ୟକ ସମର୍ଥନ ମିଳିନାହିଁ। ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ଶାସକ ଏନ୍‌ଡିଏର ସଦସ୍ୟ ସଂଖ୍ୟା ଏବେ ୩୩୧। ବିରୋଧୀ ଇଣ୍ଡିଆ ମେଣ୍ଟର ସଦସ୍ୟ ସଂଖ୍ୟା ୧୪୪। ଯଦିଓ ଆସ୍ଥା ଭୋଟ୍‌ ଜିତିବାପାଇଁ ବିରୋଧୀ ଦଳଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ ତଥାପି ସେମାନେ ଯୁକ୍ତି ବାଢ଼ୁଛନ୍ତି ଯେ ସେମାନେ ମଣିପୁର ପ୍ରସଙ୍ଗରେ ସରକାରକୁ ଘେରି ଏହି ଲଢ଼େଇ ଜିତିପାରିବେ।

Tags: