ତ୍ରିବେଣୀରେ ସ୍ନାନ କରି ଗଙ୍ଗା ଆଳତି କଲେ ରାଜନାଥ ସିଂହ
ପ୍ରୟାଗରାଜ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ମହାକୁମ୍ଭର ଷଷ୍ଠ ଦିନରେ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି। ସେ ପବିତ୍ର ଗଙ୍ଗା, ଯମୁନା ଓ ଅଧୁନା ଲୁପ୍ତ ସରସ୍ୱତୀ ନଦୀର ସଙ୍ଗମସ୍ଥଳରେ ଆଳତି କରିବା ସହ ପୂଜାର୍ଚ୍ଚନା କରିଥିଲେ। ପ୍ରୟାଗରାଜରେ ୬ ଦିନ ମଧ୍ୟରେ ବିଶ୍ୱର ୭.୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ସିଂହ କହିଛନ୍ତି, ଭଗବାନ ମୋତେ ଏହି ସୁଯୋଗ ଦେଇଥିବାରୁ ମୁଁ ଏହାକୁ ମୋର ସୌଭାଗ୍ୟ ବୋଲି ବିବେଚନା କରୁଛି। […]
ପ୍ରୟାଗରାଜ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ମହାକୁମ୍ଭର ଷଷ୍ଠ ଦିନରେ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି। ସେ ପବିତ୍ର ଗଙ୍ଗା, ଯମୁନା ଓ ଅଧୁନା ଲୁପ୍ତ ସରସ୍ୱତୀ ନଦୀର ସଙ୍ଗମସ୍ଥଳରେ ଆଳତି କରିବା ସହ ପୂଜାର୍ଚ୍ଚନା କରିଥିଲେ। ପ୍ରୟାଗରାଜରେ ୬ ଦିନ ମଧ୍ୟରେ ବିଶ୍ୱର ୭.୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ସିଂହ କହିଛନ୍ତି, ଭଗବାନ ମୋତେ ଏହି ସୁଯୋଗ ଦେଇଥିବାରୁ ମୁଁ ଏହାକୁ ମୋର ସୌଭାଗ୍ୟ ବୋଲି ବିବେଚନା କରୁଛି। ଆଜି ସଙ୍ଗମରେ ସ୍ନାନ କରିବା ପରେ ମୁଁ ବହୁତ ପରିପୂର୍ଣ୍ଣ ଅନୁଭବ କରୁଛି। ଏହି ପର୍ବ ଭାରତୀୟ ସଂସ୍କୃତି ଓ ସନାତନ ଧର୍ମର ଆଧ୍ୟାତ୍ମିକ ଅନୁଭୂତିର ଏକ ପର୍ବ। ଏହା ପ୍ରାଚୀନ ବୈଦିକ ଜ୍ୟୋତିର୍ବିଜ୍ଞାନ ଘଟଣା ଉପରେ ଆଧାରିତ। ଏହା ହେଉଛି ସନାତନ ଧର୍ମର ଆଧ୍ୟାତ୍ମିକ, ବୈଜ୍ଞାନିକ ଦିଗ ତଥା ସାମାଜିକ ସଦ୍ଭାବନାର ତ୍ରିବେଣୀ ସଙ୍ଗମ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଶ୍ୱର ସର୍ବବୃହତ୍ ଜନସମାବେଶକୁ ଯେଭଳି ଦକ୍ଷତାର ସହ ପରିଚାଳନା କରିଛନ୍ତି ସେଥିପାଇଁ ମୁଁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ବୋଲି ରାଜନାଥ କହିଛନ୍ତି।




